ପାଟ୍‌ନା: ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାର୍ଥୀ ତାଲିକାରେ ସାମିଲ ସମସ୍ତ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରୁଛନ୍ତି। ଏହାରି ଭିତରେ ଆରଜେଡି ବିଧାୟକ ରୀତଲାଲ ଯାଦବ ଜେଲରୁ ବାହାରି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଅର୍ଥାତ୍‌ ସେ ଏଥର ଜେଲ୍‌ରୁ ହିଁ ନିର୍ବାଚନ ଲଢ଼ିବେ। 

Advertisment

ଅଧିକ ପଢ଼ନ୍ତୁ: ଖେସାରୀ ଲାଲ୍ ଯାଦବ ଲଢ଼ିବେ ନିର୍ବାଚନ, ଖୁବଶୀଘ୍ର କରିବେ ନାମାଙ୍କନ

ଏଭଳି ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ନେତା ନାମାଙ୍କନ ଦାଖଲ କରିଛନ୍ତି ଏବଂ ଜେଲରେ ଥିବା ସମୟରେ ନିର୍ବାଚନ ଲଢିଛନ୍ତି। ଆପଣ ଭାବୁଥିବେ ନିଶ୍ଚୟ ଯେ ଜେଲରେ ଥିବା ଲୋକମାନେ କିପରି ନିର୍ବାଚନ ଲଢିପାରିବେ?

ଜେଲରୁ ନିର୍ବାଚନ ଲଢିବା ପାଇଁ ନିୟମ କ’ଣ?

ଭାରତରେ ଜନପ୍ରତିନିଧିତ୍ୱ ଆଇନ (ଆର୍‌ପିଏ) ୧୯୫୧ ଅନୁଯାୟୀ ନିର୍ବାଚନ କରାଯାଏ। ବ୍ୟବସ୍ଥାରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ କଏଦୀମାନଙ୍କର ଦଣ୍ଡ ପୂରଣ ହୋଇନାହିଁ କିମ୍ବା ଯାହାଙ୍କ ମାମଲା ବିଚାରାଧୀନ ଅଛି ସେମାନେ ମଧ୍ୟ ନିର୍ବାଚନ ଲଢିପାରିବେ। ସୁପ୍ରିମକୋର୍ଟ ଏପରି ଅନେକ ମାମଲାର ରାୟ ଦେଇଛନ୍ତି। ଏହି କାରଣରୁ ଅନେକ ପ୍ରମୁଖ ନେତା ଜେଲରୁ ନିର୍ବାଚନ ଲଢିଛନ୍ତି ଏବଂ ଜିତିଛନ୍ତି ମଧ୍ୟ। ଜର୍ଜ ଫର୍ଣ୍ଣାଣ୍ଡିସ୍, ମୁଖତାର ଅନସାରୀ, ଆଜମ ଖାନ, ଅଖିଲ ଗୋଗୋଇ ଏବଂ କଳ୍ପନାଥ ରାୟଙ୍କ ଭଳି ନେତା ଜେଲରୁ ନିର୍ବାଚନ ଲଢ଼ିବା ପରେ ଜିତିଥିଲେ।

ଆହୁରି ପଢ଼ନ୍ତ: 'ବିହାର ନିର୍ବାଚନରେ ​​ଲଢ଼ିବି ନାହିଁ, ଦଳର ସାଂଗଠନିକ କାର୍ଯ୍ୟ ଜାରି ରଖିବି': ପ୍ରଶାନ୍ତ କିଶୋର

କିଏ ନିର୍ବାଚନ ଲଢ଼ିପାରିବେ ନାହିଁ?

 ନିୟମ ଅନୁଯାୟୀ, ଯେକୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଅତି କମରେ ଦୁଇ ବର୍ଷ ଜେଲଦଣ୍ଡ ପାଇଥିବା ବ୍ୟକ୍ତି ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ନୁହଁନ୍ତି। ମୁକ୍ତ ହେବା ପରେ ମଧ୍ୟ, ସେମାନେ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ।

ଅଧିକ ପଢ଼ନ୍ତୁ: ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଜେଡିୟୁର ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା