image source--zeenews
ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍ (ସିଏଏ) କାର୍ଯ୍ୟକାରୀ କରିବାରେ ଉତ୍ତର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି। ପାକିସ୍ତାନ, ଆଫ୍ଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଥିବା ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସୀ, ଖ୍ରୀଷ୍ଟିଆନ୍ ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉତ୍ତର ପ୍ରଦେଶରେ ଏମାନଙ୍କ ସଂଖ୍ୟା କେତେ ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ଉତ୍ତର ପ୍ରଦେଶ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀ (ମୁସଲମାନଙ୍କ ବ୍ୟତୀତ)ଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଅତିରିକ୍ତ ଶାସନ ସଚିବ (ଗୃହ) ଅବିନାଶ ତିୱାରୀ କହିଛନ୍ତି। ଉତ୍ତର ପ୍ରଦେଶରେ ଆଫ୍ଗାନିସ୍ତାନରୁ ଆସିଥିବା ସଂଖ୍ୟାଲଘୁଙ୍କ ସଂଖ୍ୟା କମ୍ ଥିଲାବେଳେ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କ ସଂଖ୍ୟା ସର୍ବାଧିକ ବୋଲି ତିୱାରୀ କହିଛନ୍ତି।
Follow Us