photo-gujarattourism.com
ଲକ୍ଷ୍ନୌ: ବିନା ଅନୁମତିରେ ରାଜ୍ୟର କୌଣସି ମନ୍ଦିର, ମସ୍ଜିଦ୍, ଗୀର୍ଜା, ଗୁରୁଦ୍ୱାର ଭଳି ଧାର୍ମିକ ଅନୁଷ୍ଠାନରେ ଲାଉଡ ସ୍ପିକର ବ୍ୟବହାର କରାଯାଇପାରିବ ନାହିଁ ବୋଲି ଆଜି ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଲାଉଡ ସ୍ପିକର କାରଣରୁ ହେଉଥିବା ଶବ୍ଦ ପ୍ରଦୂଷଣକୁ ବିରୋଧ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର କରି କାହା ଅନୁମତିରେ ଏସବୁ ବାଜୁଛି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। କୋର୍ଟଙ୍କ କହିବା ମୁତାବକ କୌଣସି ବିଶେଷ ଉତ୍ସବରେ ପ୍ରଶାସନର ଅନୁମତିକ୍ରମେ ଧାର୍ମିକସ୍ଥଳ ଗୁଡ଼ିକରେ ଲାଉଡ ସ୍ପିକର ବ୍ୟବହାର ହୋଇପାରିବ। ନଚେତ୍ ଏହା ୨୦୦୦ ମସିହାର ଧ୍ୱନି ପ୍ରଦୂଷଣ ନିୟମର ଉଲ୍ଲଂଘନ ହେବ ବୋଲି କୋର୍ଟ କହିଥିଲେ। କୋର୍ଟଙ୍କ ଏହି ଆଦେଶ ପରେ ରାଜ୍ୟ ସରକାର ପୁଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇ ଏହି ନିୟମର ତଦାରଖ କରିବା ପାଇଁ କହିଛନ୍ତି।
Follow Us