ଛାତ୍ରଙ୍କୁ ଫେରାଇ ଆଣିବାପାଇଁ କୋଟାକୁ ୨୫୦ ବସ୍‌ ପଠାଇଲେ ୟୁପି ସରକାର

Advertisment
ଛାତ୍ରଙ୍କୁ ଫେରାଇ ଆଣିବାପାଇଁ କୋଟାକୁ ୨୫୦ ବସ୍‌ ପଠାଇଲେ ୟୁପି ସରକାର

କୋଟା: ଉତ୍ତରପ୍ରଦେଶ ସରକାର ରାଜସ୍ଥାନର କୋଟା ସହରରେ ଫସିଥିବା ପ୍ରାୟ ୭୫୦୦ ଛାତ୍ରଙ୍କୁ ଫେରାଇ ଆଣିବାପାଇଁ ୨୫୦ ବସ୍‌ ପଠାଇଛନ୍ତି। ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଏହି କାର୍ଯ୍ୟକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପ୍ରଶଂସା କରିଛନ୍ତି। ଅନ୍ୟ ରାଜ୍ୟମାନେ ବି ଏହି ସମାନ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ୍‌ ବୋଲି ସେ କହିଛନ୍ତି। କୋଟା ସହରରେ ବିଭିନ୍ନ ହଷ୍ଟେଲ୍‌ରେ ରହୁଥିବା ଛାତ୍ରମାନେ ସେମାନଙ୍କୁ ଫେରାଇ ଆଣିବାପାଇଁ ସରକାରଙ୍କୁ ଅନୁ‌ରୋଧ କରିଥିଲେ। ସୋ‌ସିଆଲ୍‌ ମିଡିଆରେ ଏନେଇ ଏକ ଅଭିଯାନ ଆରମ୍ଭ ହୋଇଥିଲା। 'ସେଣ୍ଡ୍‌ ଅଜ୍‌ ବ୍ୟାକ୍‌ ହୋମ୍‌' ଅଭିଯାନ ଆରମ୍ଭ ହୋଇଥିଲେ। ଅନ୍ୟପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉତ୍ତରପ୍ରଦେଶ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଅନ୍ୟାୟ ବୋଲି କହିଛନ୍ତି। ଲକ୍‌ଡାଉନ୍‌ର ଏହା ବିରୁଦ୍ଧାଚରଣ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe