ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ହାଥ୍‌ରସ୍‌ ଏସ୍‌ପି ଓ ଡିଏସ୍‌ପିଙ୍କୁ ନିଲମ୍ବନ କଲେ ଉତ୍ତରପ୍ରଦେଶ ସରକାର

Advertisment
ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ହାଥ୍‌ରସ୍‌ ଏସ୍‌ପି ଓ ଡିଏସ୍‌ପିଙ୍କୁ ନିଲମ୍ବନ କଲେ ଉତ୍ତରପ୍ରଦେଶ ସରକାର

Image Courtesy of India Today

ହାଥ୍‌ରସ୍‌: ୧୯ ବର୍ଷୀୟ ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶ ସରକାର ଆଜି ହାଥ୍‌ରସ୍‌ ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଅନ୍ୟ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ଆଦେଶନାମା ଜାରି କରାଯାଇଛି। ସୂତ୍ର ଅନୁସାରେ, ନିଲମ୍ବନ ହୋଇଥିବା ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ।

ସେହିଭଳି ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ପରୋକ୍ଷ ଧମକ ଦେଉଥିବା ବେଳେ କ୍ୟାମେରାରେ ‌ଧରାପଡ଼ିଥିବା ହାଥ୍‌ରସ୍‌ ଜିଲା ମାଜିଷ୍ଟ୍ରେଟ୍‌ଙ୍କୁ ମଧ୍ୟ ନିଲମ୍ବନ କରାଯାଉ ବୋଲି ଦାବି କରାଯାଉଛି।

ଗୁରୁବାର ଦିନ ପ୍ରସାରିତ ହୋଇଥିବା ଏକ ଭିଡିଓରେ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରବୀଣ ଲସ୍କର୍‌ ପୀଡ଼ିତାଙ୍କ ବାପାଙ୍କୁ କହୁଛନ୍ତି, ଆଜି ଗଣମାଧ୍ୟମର ଅର୍ଦ୍ଧେକ ଲୋକ ଚାଲିଯାଇଛନ୍ତି, ବାକି ଅର୍ଦ୍ଧେକ ଆସନ୍ତାକାଲି ଚାଲିଯିବ‌େ। କେବଳ ଆମେ ହିଁ ଆପଣଙ୍କୁ ସାହାଯ୍ୟ କରିବୁ। ବୟାନ ବଦଳାଇବ କି, ନାହିଁ ଆପଣଙ୍କ ଉପରେ ନିର୍ଭର କରେ।

ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ମହିଳାଙ୍କ ସୁରକ୍ଷା ନିମିତ୍ତ ତାଙ୍କ ସରକାର ପ୍ରତିବଦ୍ଧ। ସେମାନଙ୍କ ମର୍ଯ୍ୟାଦା ଉପରେ ଆଞ୍ଚ ଆଣିବାକୁ କଥା ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ ନିଃଶେଷ କରିଦିଆଯିବ। ସେମାନଙ୍କୁ ଏ ଭଳି ଦଣ୍ଡ ମିଳିବ ଯାହା ଭବିଷ୍ୟତ ଲାଗି ଉଦାହରଣ ହୋଇ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe