ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଯୋଜନା, ଆଗ୍ରା ହେବ ଆଗ୍ରାବନ

Advertisment
କରତାରପୁରରେ ପ୍ରକାଶ ପର୍ବ ପାଳନ କରିଛୁ, ନାନକାନ ସାହେବ ପହଂଚିବାକୁ ଅଧିକ ଦୂର ନୁହେଁ: ଯୋଗୀ ଆଦିତ୍ୟନାଥ

Zee News

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାର ଏବେ ଆଗ୍ରା ଜିଲ୍ଲାର ନାମ ପରିବର୍ତ୍ତନ କରି ଆଗ୍ରାବନ ରଖିବା ପାଇଁ ଯୋଜନା କରୁଛନ୍ତି। ସରକାର ଏନେଇ ଆମ୍ବେଦକର ବିଶ୍ବ ବିଦ୍ୟାଳୟର ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିବା ଜଣାପଡ଼ିଛି। ଆମ୍ବେଦକର ବିଶ୍ବବିଦ୍ୟାଳୟକୁ ଏହି ନାମର ଐତିହାସିକ ଦିଗ ପ୍ରତି ଅନୁଧ୍ୟାନ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ଏବେ ଏହି ପ୍ରସ୍ତାବ ଉପରେ ଅନୁଧ୍ୟାନ କରୁଛି। ବିଶ୍ବାସ କରାଯାଉଛି ଯେ ପୂର୍ବରୁ ଆଗ୍ରାର ନାମ ଆଗ୍ରାବନ ଥିଲା। ତେଣୁ ଏହାର ନାମ ପରିବର୍ତ୍ତନ ପାଇଁ ପ୍ରୟାସ କରାଯାଉଛି। ଉଲ୍ଲେଖଯୋଗ୍ୟ ଉତ୍ତରପ୍ରଦେଶ ସରକାର ପୂର୍ବରୁ ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି ଏବଂ ଐତିହାସିକ ମୁଗଲ ସରାଇ ରେଳ ଷ୍ଟେସନ୍‌ର ନାମ ପରିବର୍ତ୍ତନ କରି ଦୀନଦୟାଲ ଉପାଧ୍ୟାୟ ରେଳ ଷ୍ଟେସନ୍‌ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe