ବିବାହ ଦିନ ଫେରାର ହୋଇଯାଇଥିଲା ବର, କ୍ଷତିପୂରଣ ପାଇଁ ବନ୍ଧକ ବନାଇଲେ କନ୍ୟାପକ୍ଷ

୧୦ମାସ ତଳେ ବିବାହ ଠିକ୍ ହୋଇଥିଲା। କନ୍ୟାପକ୍ଷ ସବୁପ୍ରସ୍ତୁତି କରିସାରିଥିବା ବେଳେ ଫେରାର ହୋଇଗଲା ବର। କରିଥିବା ଖର୍ଚ୍ଚ ଫେରସ୍ତ ପାଇବାକୁ ବରକୁ ବନ୍ଧକ ବନାଇଲେ କନ୍ୟାପକ୍ଷ।

up-groom

ଅମେଥି: ୧୦ମାସ ତଳେ ବିବାହ ଠିକ୍ ହୋଇଥିଲା। କନ୍ୟାପକ୍ଷ ସବୁପ୍ରସ୍ତୁତି କରିସାରିଥିବା ବେଳେ ଫେରାର ହୋଇଗଲା ବର। କରିଥିବା ଖର୍ଚ୍ଚ ଫେରସ୍ତ ପାଇବାକୁ ବରକୁ ବନ୍ଧକ ବନାଇଲେ କନ୍ୟାପକ୍ଷ। ଉତ୍ତରପ୍ରଦେଶର ଅମେଥିରେ ଘଟିଛି ଏଭଳି ଘଟଣା। କୁହାଯାଉଛି ଯେ, ବର ଅନ୍ୟ ଜଣେ ମହିଳାଙ୍କୁ ଭଲପାଉଥିବାରୁ ବିବାହ କରିବାକୁ ଚାହୁନଥି‌ଲେ। ଏଥିପାଇଁ ବିବାହ ଦିନ ଫେରାର ହୋଇଯାଇଥିଲେ।

ସୂଚନା ମୁତାବକ, ଅଯୋଧ୍ୟାର ବାସିନ୍ଦା ସୋହନଲାଲ ଯାଦବଙ୍କ ବିବାହ ୟୁପିରେ ହେବାର ଥିଲା। ହେଲେ ବିବାହର କିଛି ଦିନ ପୂର୍ବରୁ ସେ ନିଖୋଜ ହୋଇଯାଇଥିଲେ। ପରିବାର ଲେ‌ାକେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ହେଲେ ବର ନିଖୋଜ ଥିବା ନଜାଣି କନ୍ୟାପକ୍ଷ ବଡ଼ ବିବାହ ଭୋଜିର ଆୟୋଜନ କରିଥି‌ଲେ। ବିବାହ ଦିନ ବର ନଆସିବାରୁ ସେମାନେ ପୁଲିସ ଷ୍ଟେସନକୁ ଏହାର ଅଭିଯୋଗ କରିବାକୁ ଫୋନ କରିଥିଲେ। ସେଠାରୁ ବର ନିଖୋଜ ଥିବାର ସୂଚନା ମିଳିଥିଲା। ତେବେ ପୁଲିସ ଡରରେ ବର ବିବାହ କରିବାକୁ ରାଜି ହୋଇ ରାତି ୨ଟାରେ ମଣ୍ଡପରେ ପହଞ୍ଚିଥିଲା। ବର ପହଞ୍ଚିବା ପରେ ତା’ର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିଥିଲେ କନ୍ୟାପକ୍ଷ। ଏହା ପରେ ବରକୁ ବନ୍ଧକ ରଖି କରିଥିବା ସବୁ ଖର୍ଚ୍ଚ ପାଇଁ ଟଙ୍କା ଦେଲେ ମୁକ୍ତ କରାଯିବ ବୋଲି କହିଛନ୍ତି କନ୍ୟାପକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe