ଗତ ଚାରିବର୍ଷରେ ଉତ୍ତର ପ୍ରଦେଶ ‘ଦେଶର ଅଭିବୃଦ୍ଧି ଇଞ୍ଜିନ୍‌’ ଭାବେ ଉଭା ହୋଇଛି: ଯୋଗୀ ଆଦିତ୍ୟନାଥ

Advertisment
ସମାଜବାଦୀ ପାର୍ଟି ଜିନ୍ନାଙ୍କ ଉପାସକ: ଯୋଗୀ

Image Courtesy of Zee News

ଲକ୍ଷ୍ନୌ: ‘ବିଜେପି’ ଶାସିତ ରାଜ୍ୟ ଉତ୍ତର ପ୍ରଦେଶ ‘ଦେଶର ଅଭିବୃଦ୍ଧି ଇଞ୍ଜିନ୍‌’ଭାବେ ଉଭା ହୋଇଛି ବୋଲି ଗତ ଚାରିବର୍ଷରେ ତାଙ୍କ ସରକାରର ଉଲ୍ଲେଖନୀୟ କୃତିତ୍ୱ ଉପରେ ଆଲୋକପାତ କରି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ଚାରିବର୍ଷରେ ତାଙ୍କ ସରକାରର ଉଲ୍ଲେଖନୀୟ କାର୍ଯ୍ୟାବଳୀ ସଂକ୍ରାନ୍ତରେ ସୂଚନା ଦେବା ବେଳେ କହିଲେ, ଗତ ୪ବର୍ଷରେ ଉତ୍ତର ପ୍ରଦେଶ ଦେଶର ଅଭିବୃଦ୍ଧି ଇଞ୍ଜିନ୍‌ ଭାବେ ଉଭା ହୋଇଛି। ‘ଗ୍ରସ୍‌ ଷ୍ଟେଟ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ୍‌’ (ଜିଏସ୍‌ଡିପି) ଭାବେ ଉତ୍ତର ପ୍ରଦେଶକୁ ଭାରତର ସର୍ବବୃହତ୍‌ ଅର୍ଥନୀତି କରିବା ହେଉଛି ଆମର ଲକ୍ଷ୍ୟ।

publive-image Image Courtesy of Times Now

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହୁରି ମଧ୍ୟ କହିଲେ ଯେ, ୨୦୧୭ରେ ଆମେ ସରକାର ଗଠନ କରିବା ସମୟରେ ଅନେକ ଗାଁ ରାସ୍ତା, ସ୍କୁଲ୍‌ ତଥା କୌଣସି ଉନ୍ନତିମୂଳକ କାମ ହୋଇ ନ ଥିଲା। ଜନଜାତି ଅଧ୍ୟୁଷିତ କେତେକ ଗ୍ରାମରେ ଲୋକମାନଙ୍କର ଭୋଟ୍‌ ଦେବା ଅଧିକାର ନ ଥିଲା। ସେମାନେ ମୌଳିକ ସୁବିଧା ଏବଂ ଅଧିକାରରୁ ବଞ୍ଚିତ ନ ହେବା ପାଇଁ ଆମେ ବ୍ୟବସ୍ଥା କରିଛୁ।

ଆଜି ତାଙ୍କ ସରକାରର ୪ର୍ଥ ବର୍ଷିକୀ ପୂର୍ତ୍ତି ଅବସରରେ ରାଜ୍ୟ ରାଜଧାନୀ ଲକ୍ଷ୍ନୌରେ ସେ ମଧ୍ୟ ଏକ ‘ବିକାଶ ପୁସ୍ତିକା’ ଉଦ୍‌ଘାଟନ କରିଛନ୍ତି। ଏଥିରେ ତାଙ୍କ ସରକାର ହାସଲ କରିଥିବା ସଫଳତାର କାହାଣୀମାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe