ୟୁପି ଅନର କିଲିଂ: ଝିଅର ବାପା-ମା’ ସମେତ ୪ ଜଣଙ୍କୁ ମୃତ୍ୟୁଦଣ୍ଡ

ସାମାନ୍ୟ ବାଇକ୍ ଧକ୍କାରୁ ଆକ୍ରମଣ !

The Hans India

ବଦାୟୁଁ (ଉତ୍ତରପ୍ରଦେଶ) : ଏକ ବିରଳ ଘଟଣାରେ ନିଜ ଝିଅର ଅନର କିଲିଂ ପାଇଁ ପିତାମାତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଜିଲ୍ଲା ଜଜ୍ ପଙ୍କଜ କୁମାର ଅଗ୍ରୱାଲଙ୍କ କୋର୍ଟ ଗୁରୁବାର ଉତ୍ତରପ୍ରଦେଶ ବଦାୟୁଁର ୱାଜିରଗଞ୍ଜ ଅଞ୍ଚଳରେ ଝିଅ ଓ ତା’ ପ୍ରେମିକକୁ ହତ୍ୟା ଅପରାଧରେ ଝିଅର ମା’ ଏବଂ ପିତାଙ୍କ ସମେତ ୪ ଜଣଙ୍କୁ ମୃତ୍ୟୁ ଦଣ୍ଡ‌ାଦେଶ ଶୁଣାଇଛନ୍ତି।

୨୦୧୭ ମେ ମାସରେ ଏହି ଦମ୍ପତି ସେମାନଙ୍କ ୨ ଜଣ ସମ୍ପର୍କୀୟଙ୍କ ସାହାଯ୍ୟରେ ଝିଅ ଆଶା (୧୯) ଏବଂ ତାଙ୍କ ପ୍ରେମିକ ଗୋବିନ୍ଦ କୁମାର (୨୩)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଝିଅର ପିତା କିଶନ ଲାଲ, ମାତା ଜଳଧାରା, ସହଯୋଗୀ ବିଜୟ ପାଲ ଓ ରାମବୀରଙ୍କୁ ମୃତ୍ୟୁଦଣ୍ଡ ମିଳିଛି।

ଖବର ଅନୁଯାୟୀ, ଆଶାଙ୍କ ପିତା ସେମାନଙ୍କ ବିବାହ ସ୍ଥିର କରିବା ବାହାନା କରି ଦୁଇଜଣଙ୍କୁ ଘରକୁ ଡାକିଥିଲେ। ଦୁହେଁ ଘରେ ପହଞ୍ଚିବା ପରେ ସେମାନଙ୍କୁ ଏକ ଦଉଡ଼ିରେ ବାନ୍ଧି କୁରାଢ଼ିରେ ଅତି ବର୍ବରତାର ସହ ହତ୍ୟା କରିଥିଲେ। ପରେ ଅଭିଯୁକ୍ତମାନେ ମୃତଦେହକୁ ଘରର ଅଗଣାରେ ପୋତି ଦେଇଥିଲେ । ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ହାସଲ କରିଥିଲା ଏବଂ ଅଦାଲତ ସେହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe