ଟିକା ନେବାର ଦିନକ ପରେ ଉତ୍ତର ପ୍ରଦେଶ ଡାକ୍ତରଖାନା କର୍ମଚାରୀଙ୍କ ମୃତ୍ୟୁ; ଟିକାଜନିତ ମୃତ୍ୟୁ ନୁହେଁ ବୋଲି କହିଲେ ସରକାର

Advertisment
ଟିକା ନେବାର ଦିନକ ପରେ ଉତ୍ତର ପ୍ରଦେଶ ଡାକ୍ତରଖାନା କର୍ମଚାରୀଙ୍କ ମୃତ୍ୟୁ; ଟିକାଜନିତ ମୃତ୍ୟୁ ନୁହେଁ ବୋଲି କହିଲେ ସରକାର

ଲକ୍ଷ୍ନୌ: କୋଭିଡ୍‌-୧୯ ଟିକା ନେବାର ୨୪ ଘଣ୍ଟା ପରେ ରବିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ମୋରାଦାବାଦ ସରକାରୀ ଡାକ୍ତରଖାନାର ଜଣେ ୪୬ ବର୍ଷିୟ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। କିନ୍ତୁ, ଟିକା ସହ ଉକ୍ତ କର୍ମଚାରୀଙ୍କ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

publive-image Image Courtesy of NDTV

ଛାତି ରୁନ୍ଧି ହୋଇ ଅଣନିଃଶ୍ୱାସୀ ହୋଇଯିବାରୁ ଓ୍ଵାର୍ଡ ବୟ ଭାବେ କାମ କରୁଥିବା ମହୀପାଳ ସିଂହଙ୍କର ମୃତ୍ୟୁ ଘଟିଛି। ଟିକା ନେବା ପରେ ସେ ଅସୁସ୍ଥ ଅନୁଭବ କରୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

publive-image Image Courtesy of DW

ଗତ ବିଳମ୍ବିତ ରାତ୍ରୀରେ ମୋରାଦାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମ୍‌ସି ଗର୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି, ଶନିବାର ମଧ୍ୟାହ୍ନ ସମୟରେ ତାଙ୍କୁ ଟିକା ଦିଆଯାଇଥିଲା। ତାଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରୁଛୁ। ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ। ଏହା ଟିକାର ପ୍ରତିକ୍ରିୟାଜନିତ ମୃତ୍ୟୁ ପରି ମନେହେଉନାହିଁ। ଶନିବାର ରାତିରେ ମଧ୍ୟ ସେ ଡିୟୁଟି କରିଥିଲେ ଏବଂ ତାଙ୍କର କୌଣସି ଅସୁବିଧା ହୋଇ ନ ଥିଲା।

ଉତ୍ତର ପ୍ରଦେଶ ସରକାରଙ୍କ କହିବା ଅନୁସାରେ, ହୃତ୍‌ପିଣ୍ଡ ଏବଂ ଫୁସ୍‌ଫୁସ୍‌ଜନିତ ରୋଗ ଯୋଗୁଁ ହୃତ୍‌ପିଣ୍ଡକୁ ଆବଶ୍ୟକ ପରିମାଣର ରକ୍ତ ଉଠି ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe