ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଯୌନ ଶୋଷଣ ଆରୋପ ଆଣିଥିବା ଆଇନ ଛାତ୍ରୀ ଜେଲରୁ ମୁକୁଳିଲେ

Advertisment
ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଯୌନ ଶୋଷଣ ଆରୋପ ଆଣିଥିବା ଆଇନ ଛାତ୍ରୀ ଜେଲରୁ ମୁକୁଳିଲେ

newindianexpress.com

ଶାହାଜାହାନପୁର: ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ‌ଯୌନ ଶୋଷଣର ଆରୋପ ଆଳରେ ୫କୋଟି ଟଙ୍କା ମାଗିଥିବାରୁ ୨୩ବର୍ଷୀୟା ଆଇନ୍ ଛାତ୍ରୀଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶ ପୁଲିସ। ତେବେ ମାମଲାର ଶୁଣାଣି କରାଯାଇ ଡିସେମ୍ବର ୪ରେ ଯୁବତୀଙ୍କୁ ଜାମିନ ମିଳିଥିବା ବେଳେ ଆଜି ସେ ଜେଲରୁ ମୁକୁଳିଛନ୍ତି। ଗତ  ଡିସେମ୍ବର ୪ରେ ତାଙ୍କର ଜାମିନ ଆହ୍ଲାବାଦ୍ ହାଇକୋର୍ଟ ମଞ୍ଜୁର କରିଥିବା ବେଳେ ଆଜି ତାଙ୍କୁ ଜେଲରୁ ଛଡ଼ାଯାଇଛି।

Image result for up-law-student-held-for-allegedly-trying-to-extort-money-from-chinmayanand-released Indiatimes.com

ସୂଚନା ମୁତାବକ, ପୂର୍ବରୁ ଯୁବତୀଜଣଙ୍କ ସ୍ବାମୀ ଚିନ୍ମୟାନନ୍ଦଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ସହ କିଛି ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ୫କୋଟି ଟଙ୍କା ମାଗିଥିଲେ। ଏ ନେଇ ସ୍ବାମୀ ଚିନ୍ମୟାନନ୍ଦ ପୁଲିସର ଅଭିଯୋଗ କରିବା ପରେ ପୁଲିସ ଯୁବତୀଙ୍କ ସମେତ ତାଙ୍କ ୩ଜଣ ବନ୍ଧୁଙ୍କୁ ଗିରଫ କରିଥିଲା। ପ‌ରେ ଏ ନେଇ ଶୁଣାଣି କରି ଡିସେମ୍ବର ୪ରେ ଯୁବତୀଙ୍କୁ ଆହ୍ଲାବାଦ୍ ହାଇକୋର୍ଟ ଜାମିନ ଦେବା ପରେ ଆଜି ସେ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe