ଗତ ୧୭ ବର୍ଷ ମଧ୍ୟରେ ଗୋଟିଏ ପରିବାରର ୧୦ ଜଣ ଲୋକ ହାରିସାରିଲେଣି ଜୀବନ

wetject (22)

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୈନପୁରୀର ଏକ ପରିବାରର ଦୁଃଖକୁ ବିଶ୍ୱାସ କରିବା କଷ୍ଟକର। ଗତ ୧୭ ବର୍ଷ ମଧ୍ୟରେ ଏହି ପରିବାରର ୧୦ ଜଣ ଲୋକ ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି।। 

ସୂଚନାଯୋଗ୍ୟ, ବେର ଥାନା ଅଞ୍ଚଳର ସକାଟ ଗାଁରେ ବସବାସ କରୁଥିବା ଏହି ପରିବାରର ୧୮ ବର୍ଷୀୟ ଜିତେନ୍ଦ୍ର ନାମକ ବାଳକ ରବିବାର ଏକ ଗଛରେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି। । ଏହି ମାମଲାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ  ପାଇଁ ପଠାଇ ଦେଇଛି । ଫରେନ୍ସିକ୍ ଦଳ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରି ଯାଞ୍ଚ କରୁଛି। 

ଜିତେନ୍ଦ୍ର ତାଙ୍କ ଭଉଣୀର ଓଢ଼ଣୀ ଧରି ଜାମୁକୋଳି ଖାଇବାକୁ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ, କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ବାପା ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ଗାଁ ନିକଟସ୍ଥ ଏକ ଚାଷଜମିରେ ଥିବା ଗଛରେ ଜିତେନ୍ଦ୍ର ଫାଶୀ ଦେଇ ଜୀବନ ହାରି ଦେଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ସୂଚନା ଅନୁଯାୟୀ, ଗତ ପାଞ୍ଚ ମାସ ମଧ୍ୟରେ ପରିବାରରେ ଆତ୍ମହତ୍ୟାର ଏହା ଚତୁର୍ଥ ଘଟଣା। ଜିତେନ୍ଦ୍ରଙ୍କ ମୃତ୍ୟୁର ମାତ୍ର ୨୧ ଦିନ ପୂର୍ବରୁ ତାଙ୍କ କାକା ବଲୱନ୍ତ ଫାଶି ଦେଇ ଜୀବନ ହାରି  ଦେଇଥିଲେ। 

ଜିତେନ୍ଦ୍ରଙ୍କ ଭଉଣୀ ସୌମ୍ୟା ୪ ମାସ ପୂର୍ବରୁ ଘରେ ଫାଶି ଦେଇ ଜୀବନ ହାରି ଦେଇଥିବା ବେଳେ  ଜିତେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ ବାବା ଶେର ସିଂହଙ୍କ ମଧ୍ୟ ସାଢ଼େ ଚାରି ମାସ ପୂର୍ବ ଏହିପରି ଭାବେ ମୃତ୍ୟୁ ହୋଇଥିଲା। 

୫ ବର୍ଷ ପୂର୍ବେ  ଅର୍ଥାତ ୨୦୨୦ ମସିହାରେ ଜିତେନ୍ଦ୍ରଙ୍କ କାକା ମନୀଷ ଫାଶି ଦେଇ ଆତ୍ମହତ୍ୟା କରିଥିଲେ। ଏହାପୂର୍ବରୁ ଆର୍ଥାତ ୮ ବର୍ଷ ପୂର୍ବେ ୨୦୧୭ ମସିହାରେ ଜିତେନ୍ଦ୍ରଙ୍କ ଅନ୍ୟଜଣେ କାକା ପିଣ୍ଟୁ ନିଆଁ ଲଗାଇ ଜୀବନ ହାରିଥିଲେ। ୧୦ ବର୍ଷ ପୂର୍ବେ ୨୦୧୫ ମସିହାରେ ଜିତେନ୍ଦ୍ରଙ୍କ ସାନ କାକା ସଞ୍ଜୁ ବିଷ ପିଇ ଜୀବନ ହାରିଥିଲେ। 
ଏହା ପୂର୍ବରୁ  ଏହି ପରିବାରର ସୁରଜପାଲ ୨୦୦୮ରେ, ମହିପାଳ ୨୦୧୧ରେ ଏବଂ ରାମ ସିଂହ ୨୦୧୫ରେ ଜୀବନ ହାରି ଦେଇଥିଲେ। 

ଗାଁ ଲୋକେ କହିଛନ୍ତି, ‘ଆମେ ଏହି ଘଟଣାରେ ସମ୍ପୂର୍ଣ୍ଣ ସ୍ବବ୍ଧ। ଗୋଟିଏ ପରିବାରରେ ଜଣକ ପରେ ଜଣେ ଏପରି ଜୀବନ ହାରିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।  ଗତ ୧୭ବର୍ଷ ମଧ୍ୟରେ ଏହି ପରିବାରର ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗୋଟିଏ ପରିବାରରେ ଏତେ ଲୋକ ଜୀବନ ହାରିବା ଘଟଣାରେ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe