ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଲେ ସ୍ବାମୀ

ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ଦିନ ୩୪ ବର୍ଷୀୟ ଜଣେ ଯୁବକ ନିଜ ବାସଭବନରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ନେଇଛନ୍ତି।

www.firstindia.co.in

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ଦିନ ୩୪ ବର୍ଷୀୟ ଜଣେ ଯୁବକ ନିଜ ବାସଭବନରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ନେଇଛନ୍ତି।

ପତ୍ନୀଠୁ ଅତିଷ୍ଟ ହୋଇ ସ୍ବାମୀଙ୍କ ଆତ୍ମହତ୍ୟା ଘଟଣା ଏବେ ବେଙ୍ଗାଲୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। । ଜାଣିବାକୁ ମିଳିଛି ଯେ ଅନେକ ଦିନ ହେବ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ୟାତନା ପାଇବା ପରେ ଅତୁଲ ଶ୍ରୀବାସ୍ତବ ନାମକ ଯୁବକ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 

ଘଟଣାସ୍ଥଳରୁ ପୁଲିସକୁ ମିଳିଛି ୨୪ ପୃଷ୍ଠା ବିଶିଷ୍ଟ ଏକ ସୁଇସାଇଡ ନୋଟ । ଯେଉଁଥିରେ ଯୁବକ ତାଙ୍କ ପତ୍ନୀ ଏବଂ ସର୍ମ୍ପକୀୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି ସୁଇସାଇଡ ନୋଟରେ। ତେବେ ପୁଲିସ ଛାନଭିନ ଆରମ୍ଭ କରିବା ସହ ସନ୍ଦିଗ୍ଧଙ୍କୁ ନେଇ ଜେରା କରୁଛି । ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଅତୁଲ ବଡ ପଦରେ କାମ କରୁଥିଲେ ବୋଲି ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe