ବିଶ୍ୱକପ୍‌ ଟି-୨୦ରେ ପାକିସ୍ତାନର ବିଜୟ ପରେ ଉତ୍ସବ ପାଳନ ମହଙ୍ଗା ପଡ଼ିଲା; ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କଲେ ପତି

Advertisment
ବିଶ୍ୱକପ୍‌ ଟି-୨୦ରେ ପାକିସ୍ତାନର ବିଜୟ ପରେ ଉତ୍ସବ ପାଳନ ମହଙ୍ଗା ପଡ଼ିଲା; ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କଲେ ପତି

ଲକ୍ଷ୍ନୌ: ଅକ୍ଟୋବର ୨୪ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଉତ୍ସବ ପାଳନ କରିବା ଜନୈକା ପତ୍ନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପାକିସ୍ତାନର ବିଜୟ ପରେ ଉତ୍ସବ ପାଳନ କରିଥିବା ଅଭିଯୋଗରେ ପତ୍ନୀଙ୍କ ବିରୋଧରେ ତାଙ୍କ ସ୍ୱାମୀ ଉତ୍ତରପ୍ରଦେଶର ଏକ ଥାନାରେ ପତ୍ନୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଛି ବୋଲି ପୁଲିସ କହିଛି।
ପୁଲିସ ଅଧୀକ୍ଷକ ଅଙ୍କିତ ମିତ୍ତଲ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଭାରତୀୟ କ୍ରିକେଟ୍‌ ଦଳକୁ ପରିହାସ କରିବା ମାମଲା ଆମ ଦୃଷ୍ଟିକୁ ଆସିବା ପରେ ଏଫଆଇଆର ପଞ୍ଜୀକୃତ ହୋଇଛି।

ରାମପୁର ଅଜିମ ନଗରର ବାସିନ୍ଦା ଅଭିଯୋଗକାରୀ ଇଶାନ ମିଆ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ରାବିଆ ଶାମସି ଏବଂ ତାଙ୍କ ପରିବାର ଟି-୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରିବା ସହ ହ୍ଵାଟସଆପ୍‌ରେ ଷ୍ଟାଟସ୍‌ ରଖିଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩-ଏ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା (ସଂଶୋଧନ) ଅଧିନିୟମ, ୨୦୦୮ର ଧାରା ୬୭ ଅନୁଯାୟୀ ରାମପୁର ଜିଲ୍ଲାର ଗଞ୍ଜ ପୁଲିସ ଷ୍ଟେସନରେ ଏନେଇ ଏକ ଏଫଆଇଆର ଦାଖଲ ହେବାପରେ ପୁଲିସ୍‌ ଏ ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe