ନିଜର ଦୁଇ ପତ୍ନୀ ଥିବା ସତ୍ତ୍ୱେ ଲମ୍ପଟ ପୁରୁଷ ଆସି ଦୈହିକ ସଂପର୍କ ରଖିଥିଲେ ଅନ୍ୟଜଣେ ବିବାହିତ ମହିଳାଙ୍କ ସହ; ଦେଖିଦେଲେ ଗ୍ରାମବାସୀ: ତା’ପରେ...

ନିଜର ଦୁଇ ପତ୍ନୀ ଥିବା ସତ୍ତ୍ୱେ ଲମ୍ପଟ ପୁରୁଷ ଆସି ଦୈହିକ ସଂପର୍କ ରଖିଥିଲେ ଅନ୍ୟଜଣେ ବିବାହିତ ମହିଳାଙ୍କ ସହ; ଦେଖିଦେଲେ ଗ୍ରାମବାସୀ: ତା’ପରେ...

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଦୈହିକ ସଂପର୍କରେ ଲିପ୍ତ ଥିବା କାଳରେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ଯାଇଥିଲା। ପରେ ଗ୍ରାମବାସୀମାନେ ସଂପୃକ୍ତ ବିବାହିତ ଲମ୍ପଟ ପୁରୁଷଟିକୁ ଉଲ୍ଲଗ୍ନ କରିପକାଇବା ସହ ସେହି ଉଲ୍ଲଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ପରେଡ୍‌ କରାଇବା ସହ ପରେଡ୍‌ କାଳର ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରିଥିଲେ। ଯେଉଁ ଭିଡିଓ ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ସଂପୃକ୍ତ ବ୍ୟକ୍ତି ଜଣଙ୍କର ଦୁଇଟି ପତ୍ନୀ ଓ ତିନିଟି ସନ୍ତାନ ଥିଲେ ମଧ୍ୟ ସେ ପଡ଼ୋଶୀ ଗ୍ରାମକୁ ଆସି ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହିତ ଦୈହିକ ସଂପର୍କ ରଖୁଥିଲେ। ଦିନେ, ଦୈନିକ ସଂପର୍କ ରଖିଥିବା କାଳରେ ମହିଳାଙ୍କ ଭିଣୋଇ ଦୁଇଜଣଙ୍କୁ ଅସଂଯତ ଅବସ୍ଥାରେ ଦେଖିଦେବା ପରେ ଘଟଣାସ୍ଥଳକୁ ଗ୍ରାମବାସୀମାନଙ୍କୁ ଡାକି ଆଣିଥିଲେ। ଗ୍ରାମବାସୀମାନେ ସଂପୃକ୍ତ ବିବାହିତ ଲମ୍ପଟ ପୁରୁଷଟିକୁ ଏଅବସ୍ଥାରେ ଦେଖିଦେବା ପରେ ପ୍ରଥମେ ନିର୍ଘାତ ମାଡ଼ ମରିଥିଲେ। ପରେ ତାଙ୍କୁ ଉଲ୍ଲଗ୍ନ କରିପକାଇବା ସହ ସେହି ଉଲ୍ଲଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ପରେଡ୍‌ କରାଇଥିଲେ।

ଘଟଣା ସଂପର୍କରେ ଖବର ପାଇବା ପରେ ପୁୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଲମ୍ପଟ ବ୍ୟକ୍ତିକୁ ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ମୁକୁଳାଇବା ସହ ତା’ ନାମରେ ଦୁଷ୍କର୍ମ ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬ ଦଫାରେ ଏକ ମାମଲା ରୁଜ୍ଜୁ କରି ତାଙ୍କୁ ଜେଲକୁ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe