ଇଏ କ’ଣ ରାସ୍ତା? ଏଥିରେ କାର୍‌ ଚାଲିବ?: ଜୋତାରେ ଖୁଞ୍ଚି ପିଚୁ ରାସ୍ତାରୁ ଚିପ୍‌ସ୍‌ ଛଡ଼ାଇ ଚିତ୍କାର କଲେ ଉତ୍ତର ପ୍ରଦେଶ ବିଧାୟକ

Advertisment
ଇଏ କ’ଣ ରାସ୍ତା? ଏଥିରେ କାର୍‌ ଚାଲିବ?: ଜୋତାରେ ଖୁଞ୍ଚି ପିଚୁ ରାସ୍ତାରୁ ଚିପ୍‌ସ୍‌ ଛଡ଼ାଇ ଚିତ୍କାର କଲେ ଉତ୍ତର ପ୍ରଦେଶ ବିଧାୟକ

ଲକ୍ଷ୍ନୌ: ନିର୍ବାଚନ ମଣ୍ଡଳୀରେ ଅତି ନିମ୍ନ ଧରଣର ପିଚୁ ରାସ୍ତା ନିର୍ମାଣ କରାଇଥିବା ଜଣେ କଣ୍ଟ୍ରାକ୍ଟର୍‌ଙ୍କୁ ଉତ୍ତର ପ୍ରଦେଶର ଜଣେ ବିଧାୟକ ଗାଳିଗୁଲଜ କରୁଥିବାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ଭିଡିଓରେ ଦେଖାଯାଉଛି, ବିଧାୟକ ରାସ୍ତାରେ ବିଛାହୋଇଥିବା ପିଚୁଗୋଳା ଚିପ୍‌ସ୍‌କୁ ଜୋତାରେ ଖୁଞ୍ଚି ଅନାୟାସରେ ବାହାର କରି ଦେବା ସହିତ ରାଗରେ ଚିତ୍କାର କରୁଛନ୍ତି: ଏଇଟା କ’ଣ ରାସ୍ତା? ଏ ରାସ୍ତାରେ କ’ଣ କାର୍‌ ଚାଲିପାରିବ?

ସଂଗୃହୀତ ସୂଚନା ଅନୁସାରେ, ଗାଜିପୁର ନିର୍ବାଚନ ମଣ୍ଡଳୀର ‘ସୁହେଲଦେବ ଭାରତୀୟ ସମାଜ ପାର୍ଟି’ର ବିଧାୟକ ବେଦୀରାମ୍‌ ଉକ୍ତ ସଡ଼କ ଯାଞ୍ଚ କରୁଥିଲେ। ସେ ଅଞ୍ଚଳର ବାସିନ୍ଦାମାନଙ୍କ ଅଭିଯୋଗ ଶୁଣି ରାସ୍ତା ଯାଞ୍ଚ କରାଯାଇଥିଲା ବୋଲି ବିଧାୟକ ବେଦୀରାମ୍‌ କହିଛନ୍ତି।

publive-image Image Grabbed From Video

ସେ କହିଛନ୍ତି, ସେଠାରେ ପୂର୍ତ୍ତ ବିଭାଗର କୌଣସି ଅଧିକାରୀ ନାହାନ୍ତି। ରାସ୍ତା ନିର୍ମାଣ ସଂକ୍ରାନ୍ତରେ ମୁଁ ଠିକାଦାରଙ୍କ ନିକଟରେ ଅଭିଯୋଗ କରି ପୂର୍ତ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କଲି। ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ସେ ରାସ୍ତା ନିର୍ମାଣ କରାଯାଇ ନ ଥିଲା। ଯେଉଁ ଧରଣର ରାସ୍ତା ତିଆରି ହୋଇଥିଲା ତାହା, ବର୍ଷେ ଛଅମାସ ବି ଯିବନାହିଁ।

ଉଲ୍ଲେଖ କରାଯାଇଥିବା ଘଟଣାଟି ହେଉଛି, ଜଖନୈନ୍‌ ଅଞ୍ଚଳର ଜଙ୍ଗୀପୁର-ବାହାରିୟାବାଦ୍‌-ୟୁସୁଫ୍‌ପୁରକୁ ସଂଯୋଗ କରୁଥିବା ସଡ଼କର ୪.୫ କିଲୋମିଟର୍‌ ଅଂଶ।

publive-image Image Courtesy of NDTV

ରାଜ୍ୟରେ ନିମ୍ନ ମାନର ରାସ୍ତା ତିଆରି ହେବାରେ ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମଧ୍ୟ ପିଲିଭିତ ଜିଲ୍ଲାରେ ଜଣେ ବ୍ୟକ୍ତି ଖାଲି ହାତରେ ଗୋଟାଏ ନିର୍ମାଣାଧୀନ ରାସ୍ତାରୁ ଖାଲି ହାତରେ ଚିପ୍‌ସ୍‌ ଉଠାଉ ଥିବା ଭିଡିଓ ଭାଇରାଲ୍‌ ହୋଇଥିଲା।

ଉକ୍ତ ରାସ୍ତା ନିର୍ମାଣ ପାଇଁ ୩.୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe