yogi-akhilesh Photograph: (sambad.in)
ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୋମବାର ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ସ୍ଥିତିକୁ ଟାର୍ଗେଟ କରି କହିଛନ୍ତି ଯେ 'ସହଜରେ ଅପରାଧ କରିବା' ରେ ଉତ୍ତରପ୍ରଦେଶ ଏବେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏସପି ମୁଖ୍ୟ ଲକ୍ଷ୍ନୌ ଏବଂ ସାହାରନପୁରରେ ହୋଇଥିବା ଚୋରି ଓ ଡକାୟତି ଘଟଣା ସମ୍ପର୍କରେ କହିଛନ୍ତି ଯେ, ସହଜରେ ଅପରାଧ ଘଟାଇବାରେ ୟୁପି ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ରହିଛି।
ଅଧିକ ପଢ଼ନ୍ତୁ: ଡୋକଲାମରେ ଚୀନ୍: ଭାରତର ଚିନ୍ତା ପୁଣି ବଢ଼ିଲା
ଲକ୍ଷ୍ନୌର ଓଭରସିଜ୍ ବ୍ୟାଙ୍କରେ ଚୋରି କରିଥିବା ଅପରାଧୀଙ୍କୁ ଏନକାଉଣ୍ଟର ପରେ ପୁଲିସ ଗିରଫ କରିଛି। ପୁଲିସ ଜଣେ ଅପରାଧୀଙ୍କୁ ଗୁଳି କରିଥିଲା। ତାଙ୍କ ଗୋଡରେ ଗୁଳି ବାଜି ଥିଲା ଫଳରେ ସେ ଖସି ପଳାଇ ନ ପାରି ଧରା ପଡିଛନ୍ତି।।
ଡେପୁଟି କମିଶନର, ପୂର୍ବ କହିଛନ୍ତି ଯେ, ପୁଲିସ ଡକାୟତି ଘଟଣାର ତଦନ୍ତ କରୁଛି। ଜଣଙ୍କୁ ଗିରଫ କରାଯାଇଛି। ଘଟଣା ସହ ଜଡିତ ଅନ୍ୟ ଲୋକଙ୍କ ସନ୍ଧାନ ଚାଲିଛି।
ଅଧିକ ପଢ଼ନ୍ତୁ: ପ୍ରେମିକା ଲରେନ୍ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ଜେଫ୍ ବେଜୋସ୍
Follow Us