ରାୟ ପ୍ରକାଶନର ୨ ଦିନ ପରେ ବି ହାଇଆଲର୍ଟରେ ଅଯୋଧ୍ୟା; ୭୦ ଗିରଫ

Advertisment
ରାୟ ପ୍ରକାଶନର ୨ ଦିନ ପରେ ବି ହାଇଆଲର୍ଟରେ ଅଯୋଧ୍ୟା; ୭୦ ଗିରଫ

News India

ଅଯୋଧ୍ୟା/ ଲ‌କ୍ଷ୍ନୌ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ବିବାଦୀୟ ତଥା ଅତ୍ୟନ୍ତ ସ୍ପର୍ଶକାତର ଅଯୋଧ୍ୟା ରାୟ ଘୋଷଣାକୁ ଇତିମଧ୍ୟରେ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ଏବେ ବି ହାଇ ଆଲର୍ଟରେ ରହିଛି ଅଯୋଧ୍ୟା। ରାୟ ପ୍ରକାଶନ ପରେ ଅଯୋଧ୍ୟାରେ ‘ଗୁଜବ ପ୍ରସାରଣ କରି ଅଶାନ୍ତି ସୃଷ୍ଟି’ ପାଇଁ ଉଦ୍ୟମ ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ୍‌ ଗତ ଦୁଇଦିନ ମଧ୍ୟରେ ୭୦ ଜଣଙ୍କୁ ଗିରଫ କରିଛି। ସେହିପରି ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟିଂ କରିଥିବା ୨୭୦ ଜଣଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିବା ସହ ଉତ୍ତରପ୍ରଦେଶ ପୁଲିସ ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ଜାଣିବାକୁ ମିଳିଛି।

ଏଥିସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଯୋଧ୍ୟା ସମେତ ଉତ୍ତରପ୍ରଦେଶର ସମସ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ୍‌ ସମେତ ଅର୍ଦ୍ଧ ସାମରିକ ବଳ ହାଇଆଲର୍ଟରେ ରହିବା ସହ ପ୍ରତ୍ୟେକଟି ସୋସିଆଲ ମିଡିଆ ପୋଷ୍ଟିଂକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଉତ୍ତରପ୍ରଦେଶ ଡିଜିପି ଓ ପି ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe