Image Source: India Today
ଲକ୍ଷ୍ନୌ: ଶନିବାର ସନ୍ଧ୍ୟାରେ ଘଣ୍ଟାଘର ଅଞ୍ଚଳରେ ‘ନାଗରିକତା ସଂଶୋଧନ ଆଇନ’ ବିରୋଧରେ ପ୍ରତିବାଦ କରୁଥିବା ମହିଳାଙ୍କ ଠାରୁ ଲକ୍ଷ୍ନୌ ପୁଲିସ ଖାଦ୍ୟ ସାମଗ୍ରୀ ଏବଂ କମ୍ବଳ ଛଡ଼ାଇ ନେଇଯାଇଛି।
ଦିଲ୍ଲୀର ଶାହୀନ୍ ବାଗ୍ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ମହିଳା ପିଲାଛୁଆ ଧରି ଶନିବାର ସନ୍ଧ୍ୟାରେ ଲକ୍ଷ୍ନୌର ପୁରୁଣା କ୍ୱାର୍ଟର୍ସସ୍ଥିତ ଘଣ୍ଟା ବୁରୁଜ ନିକଟରେ ଧାରଣା ଦେଇ ‘ସିଏଏ’ ଏବଂ ‘ଏନ୍ଆର୍ସି’ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିଲେ।
ପୁଲିସ ସେମାନଙ୍କ ଠାରୁ କମ୍ବଳ ଓ ଖାଦ୍ୟ ଆଦି ଛଡ଼ାଇ ନେଇ ପୋଲିସ ଭ୍ୟାନ୍ ଆଡ଼କୁ ଦୌଡୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।
ପୁଲିସର ଏହି କାର୍ଯ୍ୟକୁ ନିନ୍ଦା କରି ଘଣ୍ଟା ଘର ଅଞ୍ଚଳରେ ଧାରଣା ଦେଉଥିବା ମହିଳାମାନେ ସ୍ଲୋଗାନ୍ ଦେଇଥିଲେ: ଉତ୍ତର ପ୍ରଦେଶର ଚୋର ପୁଲିସ।
ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଯାଏଁ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଥିଲା। ପୁଲିସ ସେଠାରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଏବଂ କମ୍ବଳ ଛଡ଼ାଇ ନେବା ପରେ ପ୍ରତିବାଦକାରିଣୀମାନେ ଗୋଳମାଳ ଆରମ୍ଭ କରିଥିଲେ।
ପୁଲିସର ଏ ଭଳି କାର୍ଯ୍ୟକୁ ସର୍ବସାଧାରଣରେ ସମାଲୋଚନା କରାଯାଇଛି।
Follow Us