'ତୁମେ ନମିଳିଲେ ବେକ କାଟିଦେବି' କହିଥିବା ସ୍ବାମୀ ସାଜିଲା ଲୁଟେରା, ବିବାହ ପରେ ସୁନାଗହଣା ଓ ଟଙ୍କ‌ା ନେଇ ମ‌ାରିଲା ଚମ୍ପଟ

Advertisment
'ତୁମେ ନମିଳିଲେ ବେକ କାଟିଦେବି' କହିଥିବା ସ୍ବାମୀ ସାଜିଲା ଲୁଟେରା, ବିବାହ ପରେ ସୁନାଗହଣା ଓ ଟଙ୍କ‌ା ନେଇ ମ‌ାରିଲା ଚମ୍ପଟ

ନୂଆଦିଲ୍ଲୀ: ଫେସବୁକରେ ବନ୍ଧୁତା। ପରେ ହେଲା ପ୍ରେମ। ପ୍ରେମରେ ପାଗଳ ହୋଇ ଯୁବକ ଦେଲା ଆତ୍ମହତ୍ୟା ଧମକ। ବିବାହ ନକଲେ ବେକ କାଟିଦେବି ବୋଲି ଯୁବତୀଙ୍କୁ ଧମକ ଦେଇ ବିବାହ କଲା ଯୁବକ। ହେଲେ ବିବାହର କିଛି ଦିନ ପରେ ସାମ୍ନାକୁ ଆସିଲା ଯୁବକର ଅସଲ ଉଦ୍ଦେଶ୍ୟ। ପ୍ରେମ ନୁହେଁ, ପତ୍ନୀର ସୁନଗହଣା ଓ ଟଙ୍କ‌ା ଉପରେ ଥିଲା ଅଭିଯୁକ୍ତରର ନଜର। ବିବାହ ପରେ ପରେ ପତ୍ନୀକୁ ହୋଟେଲରେ ଛାଡ଼ିଦେଇ ସୁନଗହଣା ଓ ଟଙ୍କ‌ା ନେଇ ଫେରାର ହୋଇଗଲା ଯୁବକ। ଏହି ଘଟଣାଟି ଘଟିଛି କୋଲକାତାରେ ରହୁଥିବା ଜଣେ ମହିଳାଙ୍କ ସହ।  ଏ ନେଇ ସେ ନ୍ୟାୟ ପାଇଁ ପୁଲିସକୁ ସାହାଯ୍ୟ ମାଗିଛନ୍ତି।

लाखों के गहने और रूपये लेकर फरार हुआ धोखेबाज पति. aajtak

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଫେସବୁକରେ କଥା ହେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଦୂର ସଂପର୍କୀୟ ବୋଲି ଜଣାପଡ଼ିଥିଲା। କିଛି ଦିନ କଥା ହେବା ପ‌ରେ ବିବ‌ାହ ପାଇଁ ଚାପ ପକାଇବା ଆରମ୍ଭ କରିଥିଲା ଅଭିଯୁକ୍ତ। ଏହା ସହ ବ୍ଲେଡରେ ବେକ କାଟି ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥଲା। ପୀଡ଼ିତା ଏହାକୁ ଅଣଦେଖ‌ା କରିବା ପରେ ଅଭିଯୁକ୍ତ ଆସି କୋଲକାତାରେ ପହଞ୍ଚିଥିଲା। ପରେ ବାଧ୍ୟ ହୋଇ ପୀଡ଼ିତା ଅଭିଯୁକ୍ତକୁ କୋର୍ଟରେ ବିବାହ କରିବା ପରେ ଦୁହେଁ ହୋଟେଲରେ ରହିଥିଲେ। ବିବାହ ପରେ ପୀଡ଼ିତା ଶୋଇଥିବା ସମୟରେ ଅଭିଯୁକ୍ତ ସୁନାଗହଣା ଓ ଟଙ୍କ‌ା ନେଇ ଫେରାର ହୋଇଯାଇଥିଲା। ପତ୍ତା ଲଗାଇବା ପାଇଁ ପୀଡ଼ିତା ଅଭିଯୁକ୍ତର ଘରକୁ ଯିବା ପରେ ସେଠାରେ ତାଲା ପଡ଼ିଥିବା ଦେଖି ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe