ସୁପ୍ରିମକୋର୍ଟରେ ତଥ୍ୟ ରଖିଲା ୟୁପି ପୁଲିସ, ବିକାଶ ଦୁବେ ଏନ୍‌କାଉଣ୍ଟର ନକଲି ନୁହେଁ

Advertisment
ସୁପ୍ରିମକୋର୍ଟରେ ତଥ୍ୟ ରଖିଲା ୟୁପି ପୁଲିସ, ବିକାଶ ଦୁବେ ଏନ୍‌କାଉଣ୍ଟର ନକଲି ନୁହେଁ

photo-jansatta.com

ନୂଆଦିଲ୍ଲୀ: କାନପୁର ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ୍‌ ତଥା କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନ୍‌କାଉଣ୍ଟର ନକଲି ଏନ୍‌କାଉଣ୍ଟର ନୁହେଁ। ଆଇନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିକାଶ ଦୁବେ ଏନ୍‌କାଉଣ୍ଟରକୁ ତେଲେଙ୍ଗାନା ଏନ୍‌କାଉଣ୍ଟର ସହ ତୁଳନା କରାଯାଇପାରିବ ନାହିଁ। ତେଲେଙ୍ଗାନା ନ୍ୟାୟିକ କମିସନ୍‌ ପାଇଁ ନିର୍ଦ୍ଦେଶ ଦେଇନଥିଲା କିନ୍ତୁ ବିକାଶ ଦୁବେ ମାମଲାରେ ବିଚାରବିଭାଗୀୟ କମିସନ୍‌ ଗଠନ ହୋଇଥିଲା ଏବଂ ତଦନ୍ତ ପାଇଁ ଏସ୍ଆଇଟି ମଧ୍ୟ ଗଠନ ହୋଇଥିଲା । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି କମିସନ୍‌ର ନେତୃତ୍ବ ନେଇଥିଲେ ବୋଲି ୟୁପି ଡିଜିପି ଆଜି ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି। ସମୟ ଦିଆଗଲେ ଆହୁରି ଅଧିକ ତଥ୍ୟ ରଖାଯାଇପାରିବ ବୋଲି ୟୁପି ପୁଲିସ ପକ୍ଷରୁ ଦାଖଲ ସତ୍ୟପାଠରେ କୁହ‌ାଯାଇଛି।

ୟୁପି ପୁଲିସ କହିଛି ତେଲେଙ୍ଗାନା ଏନ୍‌କାଉଣ୍ଟରଠାରୁ ବିକାଶ ଦୁ‌ବେ ମାମଲା ସମ୍ପୂର୍ଣ୍ଣ ଅଲଗା। ବିକାଶ ଦୁବେ ବିରୋଧରେ ୬୪ଟି ଅପରାଧିକ ମାମଲା ରହିଛି। ବିକାଶ ଦୁବେକୁ ଯେଉଁ ଗାଡ଼ିରେ ନିଆଯାଉଥିଲା ସେହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ବିକାଶ ଦୁବେ ଏହାର ସୁଯୋଗ ନେଇ ଖସି ପଳାଇବାକୁ ‌ଚେଷ୍ଟା କରିଥିଲା। ୟୁପି ପୁଲିସ ଏହାର ପ୍ରମାଣ ରଖିପାରିବ ବୋଲି କୁହାଯାଇଛି। ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଯେ, ଦୁବେ ସହ ୧୫ ଜଣ ପୁଲିସ ଏବଂ ୩ ଟି ପୁଲିସ ଗାଡ଼ି ଥିବାରୁ ତାକୁ ହ୍ୟାଣ୍ଡକପ୍‌ ପକାଯାଇନଥିଲା। ବାଟରେ ଗଣମାଧ୍ୟମକୁ ଅଟକା ଯାଇଥିବା ଖବର ବି ମିଛ। ସେଭଳି କିଛି କରାଯାଇନି ବୋଲି ୟୁପି ଡିଜିପିଙ୍କ ଦ୍ବାରା ଦାଖଲ ସତ୍ୟପାଠରେ କୁହାଯାଇଛି। ଅନ୍ୟପକ୍ଷେ ଉକ୍ତ ଘଟଣାରେ ତଦନ୍ତ ଭାର ସିବିଆଇ କିମ୍ବା ଏନ୍‌ଆଇଏକୁ ହସ୍ତାନ୍ତର ହେବ ସେନେଇ ଆସନ୍ତା ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe