ପୁଲିସ ଇନ୍ସପେକ୍ଟରଙ୍କ ସାହସିକତା ହେତୁ ଭୁଷୁଡି ପଡ଼ିଥିବା କୋଠା ତଳୁ ବର୍ତ୍ତିଗଲା ଏହି ଶିଶୁର ଜୀବନ

Advertisment
ପୁଲିସ ଇନ୍ସପେକ୍ଟରଙ୍କ ସାହସିକତା ହେତୁ ଭୁଷୁଡି ପଡ଼ିଥିବା କୋଠା ତଳୁ ବର୍ତ୍ତିଗଲା ଏହି ଶିଶୁର ଜୀବନ

ଦସନା: ଗଜିଆବାଦର ଦସନାସ୍ଥିତ ମିସାଲ୍‌ ଗର୍‌ହିଠାରେ ଏକ ନିର୍ମାଣଧୀନ କୋଠା ଗତ ରବିବାର ଭୁଷୁଡ଼ି ପଡ଼ିଥିଲା। କୋଠା ଭୁଷୁଡି ପଡ଼ିବା ହେତୁ କେତେକ ଲୋକ ଗମ୍ଭୀର ଭାବେ ଗୁରୁତର ହେବା ସହିତ ଦୁଇଜଣ ଜଣ ଲୋକଙ୍କ ମୃତ୍ୟ ହୋଇଥିଲା। ଏହି ଘଟଣା ଘଟିବା ସମୟରେ ଶ୍ରମିକମାନେ ସେଠାରେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଥିଲା।

publive-image

ତେବେ କୋଠା ଭୁଷୁଡିବା ଖବର ପାଇବା ପରେ ଗାଜିଆବାଦ୍‌ ପୁଲିସ, ଏନ୍‌ଡିଆରଏଫ ଟିମ ଓ ଅଗ୍ନିଶମ ବିଭାଗର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏମାନଙ୍କ ପୂର୍ବରୁ ସର୍ବପ୍ରଥମେ ସବ୍‌-ଇନ୍ସପେକ୍ଟର ଧର୍ମେନ୍ଦ୍ର ଲାମ୍ବା ଘଣ୍ଟାସ୍ଥଳରେ ପହଞ୍ଚି କାହରି ସାହାଯ୍ୟ ନଲୋଡି କୋଠା ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରି ଦେଇଥିଲେ। ତ ଭିଷୁଡି ଥିବା କୋଠା ତଳୁ ଏକ ଶିଶୁକୁ ଉଦ୍ଧାର କରି କାନ୍ଧରେ ପକାଇ ଜୀବନବିକଳେ ସାହାଯ୍ୟ ପାଇଁ ଦୌଡ଼ିଥିଲେ। ସବ୍‌-ଇନ୍ସପେକ୍ଟର ଧର୍ମେନ୍ଦ୍ର ଲାମ୍ବାଙ୍କ ଏହି ପଦକ୍ଷେପ ପାଇଁ ଶିଶୁର ଜୀବନ ବର୍ତ୍ତି ପାରିଥିଲା।

publive-image

ସବ୍‌-ଇନ୍ସପେକ୍ଟର ଧର୍ମେନ୍ଦ୍ର ଲାମ୍ବାଙ୍କ ଏହି ସାହସିକତା ପାଇଁ ସୋସିଆଲ ମିଡିଆରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି। ଏଥିସହିତ ଗାଜିଆବାଦର ଏସଏସ୍‌ପି ଏସ୍‌ଆଇ ଲମ୍ବାଙ୍କ ଏହି କାମକୁ ପ୍ରଶଂସା କରିବା ସହିତ ରେସକ୍ୟୁ ଅପରେସନ୍‌ରେ ସାମିଲ ଥିବା ସମସ୍ତଙ୍କୁ ସମ୍ମାନୀତ କରିବା ପାଇଁ ଟୁଇଟରରେ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁଷୁଡ଼ି ପଡ଼ିଥିବା ଏହି ୫ ତାଲା ବିଶିଷ୍ଟ କୋଠା କାମ ପ୍ରାୟ ସରି ଆସୁଥିଲା। କୋଠା କାର୍ଯ୍ୟ ସଂପୂର୍ଣ୍ଣ ଭାବେ ସରି ନଥିବାରୁ ସୌଭାଗ୍ୟକୁ ସେଠାରେ କେହି ବସବାସ କରି ନଥିଲେ। ପ୍ରାଥମିକ ତଦନ୍ତରୁ ପ୍ରକାଶ ପ୍ରବଳ ବର୍ଷା ହେତୁ କୋଠାଟି ଏପରି ଭାବେ ଅଚାନକ ଭୁଷୁୁଡ଼ି ପଡ଼ିଥିଲା। ଏହାପୂର୍ବରୁ ଗ୍ରେଟର ନୋଏଡାରେ କୋଠା ଭୁଷୁଡିବା ହେତୁ ୯ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe