ରେଳ ରୋକ ପ୍ରତିବାଦରେ ଭାଗନେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉତ୍ତର ପ୍ରଦେଶ ପୁଲିସ

ରେଳ ରୋକ ପ୍ରତିବାଦରେ ଭାଗନେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉତ୍ତର ପ୍ରଦେଶ ପୁଲିସ

Image Courtesy of India Today

ନୂଆଦିଲ୍ଲୀ: ‘ସଂଯୁକ୍ତ କିଷାନ୍‌ ମୋର୍ଚା’ ଡାକ ଦେଇଥିବା ରେଳ ରୋକ ପ୍ରତିବାଦରେ ଯେଉଁମାନେ ଭାଗ ନେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଦିନ ଉତ୍ତର ପ୍ରଦେଶ ପୁଲିସ ସତର୍କ କରାଇ ଦେଇଛି।

ଏହା ବ୍ୟତିରେକେ, ଲକ୍ଷ୍ନୌରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି ବୋଲି ପୁଲିସ କହିଛି। ତେଣୁ, ଗୋଟିଏ ସ୍ଥାନରେ ୪ଜଣରୁ ଅଧିକ ଲୋକ ସମବେତ ହୋଇ ପାରିବେ ନାହିଁ।

ପୁଲିସ ଆହୁରି ମଧ୍ୟ କହିଛି ଯେ, ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ବା ଶାନ୍ତିଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରିବେ ସେମାନଙ୍କୁ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଆକ୍ଟ୍‌’ରେ (ଏନ୍‌ଏସ୍‌ଏ) ବୁକ୍‌ କରାଯିବ ବୋଲି ମଧ୍ୟ ପୁଲିସ କହିଛି।

publive-image Image Courtesy of The India Today

ଉଲ୍ଲେଖଯୋଗ୍ୟ, ଲଖିମ୍‌ପୁର ଖେରି ହିଂସାକାଣ୍ଡରେ ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି।

ରବିବାର ଦିନ ଏ ସଂକ୍ରାନ୍ତରେ ବିବୃତି ଜାରି କରି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ କହିଛି, ଲଖିମ୍‌ପୁର ଖେରି ହିଂସାକାଣ୍ଡର ନ୍ୟାୟ ବିଚାର ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଓ ଗିରଫ ଦାବି କରି ଅକ୍ଟୋବର ୧୮ ତାରିଖ ଦିନ ‘ଏସ୍‌କେଏମ୍‌’ ଦେଶବ୍ୟାପୀ ରେଳରୋକ କରିବ।

ରେଳବାଇ ସମ୍ପଦର କୌଣସି ପ୍ରକାର କ୍ଷତି ବା ନଷ୍ଟ ନ କରି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ଘଣ୍ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ‘ଏସ୍‌କେଏମ୍‌’ ଉକ୍ତ ବିବୃତିରେ ଉଲ୍ଲେଖ କରିଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ହିଂସାକାଣ୍ଡରେ ୪ଜଣ କୃଷକଙ୍କ ସମେତ ପ୍ରାୟ ୮ଜଣ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe