୬୫ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ୟୁପି ବିଦ୍ୟୁତ୍ କର୍ମଚାରୀ

୬୫ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ୟୁପି ବିଦ୍ୟୁତ୍ କର୍ମଚାରୀ

indiatoday

ଲକ୍ଷ୍ନୌ: ୬୫ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଉତ୍ତରପ୍ରଦେଶ(ୟୁପି)ର ବିଦ୍ୟୁତ୍ କର୍ମଚାରୀ। ଶକ୍ତି ମନ୍ତ୍ରୀ ଏକେ ଶର୍ମାଙ୍କ ସହ ତୃତୀୟ ରାଉଣ୍ଡ ଆଲୋଚନା ପରେ ବିଦ୍ୟୁତ୍ କର୍ମଚାରୀ ଆନ୍ଦୋଳନରୁ ଓହରିଛନ୍ତି। ସଂଘର୍ଷ ସମିତି ସଂଯୋଜକ ଶୈଳେନ୍ଦ୍ର ଦୁବେ ଏହି ଘୋଷଣା କରିବା ସହ ବିଦ୍ୟୁତ୍ କର୍ମଚାରୀଙ୍କୁ କାମକୁ ଫେରିବାକୁ କହିଛନ୍ତି।

65 घंटे बाद बिजलीकर्मियों ने खत्म (सांकेतिक तस्वीर). aajtak

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଆଶ୍ୱାସନା ଓ ଆଲ୍ଲାହାବାଦ ହାଇକୋର୍ଟଙ୍କ ସମ୍ମାନାର୍ଥେ ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରି ନିଆଯାଇଛି। ତୃତୀୟ ରାଉଣ୍ଡ ବୈଠକରେ ଶକ୍ତି ମନ୍ତ୍ରୀ ଏକେ ଶର୍ମା ଆଶ୍ୱାସନା ଦେଇଛନ୍ତି ଯେ, ବରଖାସ୍ତ ହୋଇଥିବା ୩୦୦୦କର୍ମଚାରୀଙ୍କୁ ସେମାନଙ୍କ ଚାକିରି ଫେରସ୍ତ ଦିଆଯିବ। ତେବେ ବିରୋଧ କରୁଥିବା କର୍ମଚାରୀମାନଙ୍କୁ କାଗଜରେ କୌଣସି ଆଶ୍ୱାସନା ଦିଆଯାଇ ନଥିଲେ ବି ସେମାନଙ୍କର ଦାବି ପୂରଣ ହେବ ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଆନ୍ଦୋଳନ ସମୟରେ କର୍ମଚାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରାଯିବ ବୋଲି ଶକ୍ତି ମନ୍ତ୍ରୀ ଏ.କେ ଶର୍ମା ସଂଘର୍ଷ ସମିତିକୁ ଆଶ୍ୱାସନା ଦେଇଛନ୍ତି। ଏ ପର୍ଯ୍ୟନ୍ତ କର୍ମଚାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ, ହୋଇଥିବା ଏଫ୍ଆଇଆର୍ ବା ନିଲମ୍ବନକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ଶକ୍ତି ମନ୍ତ୍ରୀ, ୟୁପିପିସିଏଲର ଚେୟାରମ୍ୟାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଆନ୍ଦୋଳନର ମୁଖ୍ୟ କାରଣ:-

- ଶକ୍ତି ଉତ୍ପାଦନ ୟୁନିଟ୍ ଗୁଡିକର ଘରୋଇକରଣ।

- ଶକ୍ତି ନିଗମ ଅଧ୍ୟକ୍ଷଙ୍କ ବେଆଇନ ଚୟନ।

- ନୋଏଡା ପରି ସହରରେ ଘରୋଇ କମ୍ପାନିଗୁଡିକରୁ ବିଦ୍ୟୁତ୍ ଯୋଗାଣ ଚୁକ୍ତି ପ୍ରତ୍ୟାହାର କରିବାକୁ ଦାବି।

- ଏନଟିପିସିକୁ ଓବ୍ରା ଏବଂ ଅନପରାର ନୂତନ ଶକ୍ତି ଉତ୍ପାଦନ ୟୁନିଟ୍ ଦେବା ଉପରେ ମତଭେଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe