ndtv.com
ଫିରୋଜାବାଦ: ଫେସବୁକରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଉତ୍ତରପ୍ରଦେଶର ଜଣେ ପ୍ରଫେସର ଗିରଫ | ପ୍ରଫେସରଜଣକ ଉତ୍ତରପ୍ରଦେଶର ଫିରୋଜାବାଦର ଏକ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଯାଇଛି।
ପ୍ରଫେସର ଶହରୟାର ଅଲି ଅତିରିକ୍ତ ସେସନ ଜଜ୍ ଅନୁରାଗ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରି ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ଜଜ୍ ଜାମିନ ଆବେଦନକୁ ଖାରଜ କରି ପ୍ରଫେସରଙ୍କୁ ଜେଲକୁ ପଠାଇଥିବା ଜଣାପଡ଼ିଛି |
ସୂଚନା ମୁତାବକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଅଶ୍ଳୀଳ ଫେସବୁକ ପୋଷ୍ଟ ଅଭିଯୋଗରେ ଫିରୋଜାବାଦ ପୁଲିସ ମାର୍ଚ୍ଚରେ ଇତିହାସ ବିଭାଗର ମୁଖ୍ୟ ଶହରୟାର ଅଲିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହା ପରେ କଲେଜ ପକ୍ଷରୁ ତାଙ୍କୁ ନିଲମ୍ବନ ନୋଟିସ ଦିଆଯାଇଥିଲା। ଏହି ମାସ ଆରମ୍ଭରେ ସୁପ୍ରିମକୋର୍ଟ ଶହରୟାର ଅଲିଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ମନା କରିଦେଇଥିଲେ।
ପ୍ରଫେସରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆଗୁଆ ଜାମିନ ଆବେଦନ ମଧ୍ୟ ମେ' ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ଖାରଜ କରାଯାଇଥିଲା। ସବୁଆଡୁ ବଞ୍ଚିବାର ବାଟ ବନ୍ଦ ହେବା ପରେ ଶହରୟାର ଆତ୍ମସମର୍ପଣ ଥିବା ଜଣାପଡ଼ିଛି |
Follow Us