୧୫୦ ବିଘା ଗହମ ଫସଲ ପୋଡ଼ି ପାଉଁଶ ହୋଇଯିବା ପରେ ଭୋଭୋ ହୋଇ କାନ୍ଦୁଛନ୍ତି ଚାଷୀ

Advertisment

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ସାହାଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ‌ସେତେବେଳକୁ ପ୍ରାୟ ୧୫୦ ବିଘା ଗହମ ଫସଲ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ସାହାଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ‌ସେତେବେଳକୁ ପ୍ରାୟ ୧୫୦ ବିଘା ଗହମ ଫସଲ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

lklk

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲାର ଖୁଦାଗଞ୍ଜ ଅଞ୍ଚଳର ଜଣେ ଚାଷୀଙ୍କ କଠିନ ପରିଶ୍ରମ ପାଣି ଫଟକା ପରି ମେଳାଇ ଯାଇଥିବାରୁ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ପ୍ରବଳ ଝଡ଼ ଯୋଗୁଁ ଚାଷଜମିରେ ନିଆଁ ଲାଗି ଯାଇଥିଲା। ଯେଉଁ କାରଣରୁ ଚାଷୀଙ୍କ ୧୫୦ ବିଘା ଗହମ ଫସଲ ଆଖି ପିଛୁଳାକେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। 

ଗତ ରବିବାର ରାତିରେ ପ୍ରବଳ ଝଡ଼ ସହିତ ପବନ ବହିବା ଯୋଗୁଁ କେଉଁଆଡୁ ନିଆଁଝୁଲ ଉଡ଼ିଆସି ଗହମ ଚାଷ ଜମିରେ ଲାଗିଯାଇଥିଲା। ଉକ୍ତ ଫସଲ କରିଥିବା ଚାଷୀ ନିଆକୁ ଲିଭାଇବାକୁ ଅନେକ ‌ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ରହିଥିଲେ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ସାହାଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ‌ସେତେବେଳକୁ ପ୍ରାୟ ୧୫୦ ବିଘା ଗହମ ଫସଲ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଫସଲ ନଷ୍ଟ ହେବା ଦେଖି ଚାଷୀ ପାଉଁଶକୁ ହାତରେ ଧରି ଭୋଭୋ ହୋଇ କାନ୍ଦିଥିଲେ। କ’ଣ କରିବେ କ’ଣ ନାହିଁ ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନାହିଁ। ଗାଁ ଲୋକ ଚାଷୀଙ୍କୁ ବୁଝାଇବାକୁ ଧୌର୍ଯ୍ୟ ଧରାଇବାକୁ ଚେଷ୍ଟା କରୁଛନ୍ତି।

ଉଲ୍ଲେଖନୀୟ ଯେ ପ୍ରତିବର୍ଷ ଉତ୍ତର ପ୍ରଦେଶରେ ଗ୍ରୀଷ୍ମ ଋତୁରେ ଫସଲ ପୋଡ଼ିବାର ଘଟଣା ସାମ୍ନାକୁ ଆସିଥାଏ। ପ୍ରାୟତଃ, ପ୍ରବଳ ପବନ ଏବଂ ଅସାବଧାନତା ଯୋଗୁଁ ଚାଷଜମିରେ ନିଆଁ ଲାଗିଯାଇଥାଏ। ଏପରି ଘଟଣାରେ ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ସରକାର କିଛି କ୍ଷତିପୂରଣ ଦିଅନ୍ତି, କିନ୍ତୁ ଏହି ରାଶି ପୀଡ଼ିତ ଚାଷୀଙ୍କ ପରିଶ୍ରମ ଏବଂ କ୍ଷତିପୂରଣ ଦେଇପାରି ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe