ଦୁଇକ’ ପଣକିଆ କହି ନ ପାରିବାରୁ ‘ଡ୍ରିଲ୍‌ ମେସିନ୍‌’ରେ ଛାତ୍ର ହାତକୁ ‘ଡ୍ରିଲ୍‌’ କରିପକାଇଲେ ଶିକ୍ଷକ

Advertisment
ଦୁଇକ’ ପଣକିଆ କହି ନ ପାରିବାରୁ ‘ଡ୍ରିଲ୍‌ ମେସିନ୍‌’ରେ ଛାତ୍ର ହାତକୁ ‘ଡ୍ରିଲ୍‌’ କରିପକାଇଲେ ଶିକ୍ଷକ

କାନପୁର: ଉତ୍ତର ପ୍ରଦେଶର କାନପୁରସ୍ଥିତ ଗୋଟାଏ ଘ‌ରୋଇ ସ୍କୁଲ୍‌ରେ ଦୁଇକ’ ପଣକିଆ କହି ନ ପାରିବାରୁ ଜଣେ ୫ମ ଶ୍ରେଣୀର ଛାତ୍ର ହାତକୁ ଜଣେ ଶିକ୍ଷକ ‘ଡ୍ରିଲ୍‌ ମେସିନ୍‌’ରେ ‘ଡ୍ରିଲ୍‌’ (ଭଅଁର) କରିଥିବା କଥା ପୁଲିସସୂତ୍ରରୁ ପ୍ରକାଶ।

ପ୍ରାପ୍ତ ସୂଚନା ଅନୁସାରେ, ପରିଚୟ ପ୍ରକାଶ କରାଯାଇ ନ ଥିବା ଛାତ୍ରଜଣକ ହେଉଛନ୍ତି କାନପୁର ଜିଲ୍ଲା ଅନ୍ତର୍ଗତ ପ୍ରେମନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ସିସାମୌ ଗ୍ରାମର ବାସିନ୍ଦା।

ପୁଲିସ ଦେଇଥିବା ବିବୃତି ଅନୁସାରେ, ଘଟଣା ସଂକ୍ରାନ୍ତରେ ଜାଣି ଛାତ୍ରର ଆତ୍ମୀୟମାନେ ସ୍କୁଲ୍‌ରେ ପହଞ୍ଚିବା ପରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଥାନାରେ ଛାତ୍ରଜଣକ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଶିକ୍ଷକ ମତେ ଦୁଇକ’ ପଣକିଆ କହିବାକୁ କହିଲେ। ମୁଁ କହି ନ ପାରିବାରୁ ସେ ମୋ ହାତକୁ ‘ଡ୍ରିଲ୍‌’ କଲେ। ମୋ ପାଖରେ ଠିଆ ହୋଇଥିବା ଜଣେ ସହପାଠୀ ତୁରନ୍ତ ଡ୍ରିଲ୍‌ ମେସିନ୍‌ ପ୍ଲଗ୍‌ ଖୋଲି ଦେଲା।

publive-image Image Courtesy of Zee News

‘ଡ୍ରିଲ୍‌’ କରାଯାଇଥିବାରୁ ଛାତ୍ରଟିର ବାମ ହାତ କ୍ଷତାକ୍ତ ହୋଇଛି। ଘଟଣା ପରେ ଛାତ୍ରକୁ ଘରକୁ ପଠାଇ ଦିଆଯାଇଥିଲା। ତା’ ହାତରେ ହୋଇଥିବା କ୍ଷତରେ ସାମାନ୍ୟ ଚିକିତ୍ସା କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସ୍କୁଲ୍‌ ଦାୟିତ୍ବରେ ଥିବା ଶିକ୍ଷକ ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇ ନ ଥିଲେ। ପରିବାର ଲୋକେ ହୋହଲ୍ଲା କରିବା ପରେ ଯାଇ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା।

ସୂଚନା ପାଇବା ପରେ ମୌଳିକ ଶିକ୍ଷା ଅଧିକାରୀ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରିବା ଲାଗି ସ୍କୁଲ୍‌ରେ ପହଞ୍ଚିଥିଲେ। ଗଣମାଧ୍ୟମକୁ କାନପୁର ନଗର ମୌଳିକ ଶିକ୍ଷା ଅଧିକାରୀ କହିଛନ୍ତି, ସମଗ୍ର ଘଟଣାର ତଦନ୍ତ କରିବା ପାଇଁ କମିଟି ଗଠନ କରାଯାଇଛି। ପ୍ରେମ ନଗର ଓ ଶାସ୍ତ୍ରୀ ନଗର ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ଘଟଣାର ତଦନ୍ତ କରି ରିପୋର୍ଟ ପଠାଇବେ। ଦୋଷୀ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe