ଏକା ସମୟରେ ୨୫ଟି ସରକାରୀ ବିଦ୍ୟାଳୟରେ ଚାକିରି କରି ୧୩ ମାସରେ ‘କୋଟିଏ’ ଟଙ୍କା ଉପାର୍ଜନ କରିଥିବା ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ

Advertisment
ସ୍ୱଳ୍ପ ସଂଚୟ ସ୍କିମ ଉପରେ ସୁଧହାର ଅପରିବର୍ତ୍ତିତ ରହିଲା

Image Courtesy of TOI

ଲକ୍ଷ୍ନୌ: ଏକା ସମୟରେ ୨୫ଟି ‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’ରେ ଚାକିରି କରି ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ୧୩ ମାସରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ‘ଏକ କୋଟି’ ଅଧିକ ଟଙ୍କା ଦରମା ବାବଦରେ ଉପାର୍ଜନ କରିଥିବା ଅଭିଯୋଗ ହୋଇଛି। ସମାଜର ଦୁର୍ବଳ ବର୍ଗର ମହିଳାମାନଙ୍କ ପାଇଁ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଆବାସିକ ବିଦ୍ୟାଳୟ ଖୋଲିଛନ୍ତି। ‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’ର ଶିକ୍ଷକମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତ ହେବା ସମୟରେ ଏ କଥା ଜଣାପଡ଼ିଛି।

ସ୍ଥାନୀୟ ମୈନ୍‌ପୁରୀ ବାସିନ୍ଦା ଅନାମିକା ଶୁକ୍ଳ ନାମ୍ନୀ ଏହି ଶିକ୍ଷୟିତ୍ରୀଙ୍କ ନାମ ୧୨ ମାସରୁ ଅଧିକ ସମୟ ଯାଏଁ ଅର୍ଥାତ୍ ଫେବ୍ରୁଆରି ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ କଲେଜ୍‌ ରୋଲ୍‌ରେ ଥିଲା। କମନ୍ ଅଫ୍ କଲେଜ୍‌ର ନିର୍ଦେଶକ ବିଜୟ କିରଣ ଆନନ୍ଦଙ୍କ କହନ୍ତି, ପ୍ରେରଣା ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ ଉପସ୍ଥାନ ପକାଯାଉଥିବା ‌ବେଳେ ଜଣେ ଶିକ୍ଷକ କିଭଳି ଏକାଧିକ ସ୍ଥାନରେ ନିଜର ହାଜିରା ପକାଇ ପାରିଲେ? ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ। ଏ ବିଷୟରେ ତଦନ୍ତ ପାଇଁ ଆମେ ଆମ ଅଧିକାରୀମାନଙ୍କୁ କହିଛୁ। ମେ ୨୬ ତାରିଖ ଦିନ ଏ ବାବଦରେ ରିମାଇଣ୍ଡର୍‌ ମଧ୍ୟ ପଠାଯାଇଛି। ଯଦି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆଗତ ଅଭିଯୋଗର ସତ୍ୟତା ଥିବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

publive-image Image Courtesy of NBT

ତାଙ୍କର ମୂଳ ନିଯୁକ୍ତି ବିଷୟରେ ଆମେ କୌଣସି ସନ୍ଧାନ ପାଇନାହୁଁ। ଅଭିଯୋଗରେ ଉଲ୍ଲେଖ କରାଯାଇଥିବା ଜିଲ୍ଲାଗୁଡ଼ିକରେ ଆମେ ଯାଞ୍ଚ କରୁଛୁ। ଘଟଣା ସତ ହୋଇଥିଲେ ଏଫ୍‌ଆଇଆର୍ ଲଜ୍ କରାଯିବ। ଅମ୍ବେଦକର ନଗର, ବାଗପତ, ଆଲିଗଡ଼, ସହରଣପୁର ଏବଂ ପ୍ରୟାଗରାଜ ଆଦି ଜିଲ୍ଲାରେ ଥିବା ‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’ମାନଙ୍କରେ ଶୁକ୍ଳଙ୍କ ନିଯୁକ୍ତି ହୋଇଥିବା ଜଣାପଡ଼ିଛି। ଏହାଛଡ଼ା, ସମୁଦାୟ ୨୫ଟି ‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’ରେ ସମାନ ବ୍ୟକ୍ତିଗତ ବିବରଣୀ ଥିବା ଅନାମିକା ଶୁଳ୍କଙ୍କର ନାମ ରହିଥିବା ‘ମାନବ ସମ୍ପଦ ପୋର୍ଟାଲ୍‌’ ତାଲିକାରୁ ଜଣାପଡ଼ିଛି।

‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’ରେ ଅଧ୍ୟାପିକାମାନଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ମିଳିଥାଏ ଏବଂ ତିରିଶ ଦିନ ପାଇଁ ହାରାହାରି ୩୦ ହଜାର ଟଙ୍କା ବେତନ ଦିଆଯାଇଥାଏ। ଫେବ୍ରୁଆରି ୨୦୨୦ ଯାଏଁ ଶୁକ୍ଳ ରାଏବରେଲିସ୍ଥିତ ‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’ରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତାଙ୍କ ପାଖକୁ ନୋଟିସ୍ ପଠାଯାଇଛି। ଦରମା ମଧ୍ୟ ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe