ବଣରେ ଫାଶୀ ଦେଇଛନ୍ତି ଉତ୍ତର ପ୍ରଦେଶ ଶିକ୍ଷକ ଓ ତାଙ୍କ ନାବାଳିକା ଛାତ୍ରୀ: ପୁଲିସ

Advertisment
ବଣରେ ଫାଶୀ ଦେଇଛନ୍ତି ଉତ୍ତର ପ୍ରଦେଶ ଶିକ୍ଷକ ଓ ତାଙ୍କ ନାବାଳିକା ଛାତ୍ରୀ: ପୁଲିସ

Image Courtesy of NDTV

ସାହାରନ୍‌ପୁର୍‌: ଜଣେ ୪୦ ବର୍ଷିୟ ସ୍କୁଲ୍‌ ଶିକ୍ଷକ ଏବଂ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଥିବା ତାଙ୍କ ନାବାଳିକା ଛାତ୍ରୀଙ୍କୁ ବଣରେ ଫାଶୀ ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି।

ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିପିନ ଟାଡା କହିଛନ୍ତି, ମଙ୍ଗଳବାର ରାତିରେ ସ୍କୁଲ୍‌ ଶିକ୍ଷକ ବୀରେନ୍ଦ୍ର ଓ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କୁ ଫାଶୀ ଲଗାଇ ଥିବା ଅବସ୍ଥାରେ ବଣରୁ ଉଦ୍ଧାର କରାଯାଇଛି।

ରସୁଲ୍‌ପୁର ଗ୍ରାମର ଉକ୍ତ ଶିକ୍ଷକଙ୍କର ସେହି ସ୍କୁଲ୍‌ରେ ପଢୁଥିବା ଜଣେ ଛାତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ସେପ୍ଟେମ୍ବର ୩ ତାରିଖରୁ ଦୁହଁ ନିରୁଦ୍ଦିଷ୍ଟ ହୋଇଯାଇଥିଲେ ବୋଲି ସୁପରିଣ୍ଟେଣ୍ଡେଣ୍ଟ୍‌ ବିପିନ ଟାଡା କହିଛନ୍ତି।

publive-image

ଝିଅର ପରିବାର ଲୋକେ ଅପହରଣ ମାମଲା ରୁଜୁ କରିବା ପରେ ପୁଲିସ ଦୁହିଁଙ୍କର ସନ୍ଧାନ ନେବା ଆରମ୍ଭ କରିଥିଲା। କିନ୍ତୁ, ଦୁହେଁ ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୁଲିସ ସେମାନଙ୍କୁ ଧରି ପାରୁ ନ ଥିଲା ବୋଲି ସେ କହିଛନ୍ତି।

ସନ୍ଧ୍ୟା ବେଳେ ପୁଲିସ ଟିମ୍‌ ବଣକୁ ଯିବାରୁ ସେଠାରୁ ଦୁର୍ଗନ୍ଧ ଆସୁଥିବା ଜାଣି ତଲାସ ଆରମ୍ଭ କ‌ରିବା ପରେ ଦୁଇଟି ଗଳିତ ଶବ ଦେଖିଥିଲେ। ସେମାନେ ଦଶ ଦିନ ତଳୁ ଆତ୍ମହତ୍ୟା କରିଥିବା କଥା ଶବ ଦୁଇଟିର ଅବସ୍ଥାରୁ ଜଣାପଡୁଛି ବୋଲି ସେ ସୂଚନା ଦେଇଛନ୍ତି।

ସେଠାରୁ ଗୋଟାଏ ବାଇକ୍‌ ମଧ୍ୟ ଉଦ୍ଧାର କରାଯାଇଛି, କିନ୍ତୁ କୌଣସି ସୁସାଇଡ୍‌ ନୋଟ୍‌ ମିଳିନାହିଁ। ଶବ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା କଥା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe