ୟୁପି: ପୌର ନିର୍ବାଚନରେ ଓବିସି ସଂରକ୍ଷଣକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ୟୁପି: ପୌର ନିର୍ବାଚନରେ ଓବିସି ସଂରକ୍ଷଣକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗାମୀ ସହରାଞ୍ଚଳ ପୌର ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ସୋମବାର (ମାର୍ଚ୍ଚ 27, 2023) ଅନୁମତି ଦେଇଛନ୍ତି ଏବଂ ଦୁଇ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଗତ ବର୍ଷ ଡିସେମ୍ବର ମାସରେ ସହରାଞ୍ଚଳ ପୌର ନିର୍ବାଚନ ସମ୍ପର୍କିତ ରାଜ୍ୟ ସରକାରଙ୍କ ଡ୍ରାଫ୍‌ଟ (ଚିଠା) ବିଜ୍ଞପ୍ତିକୁ ରଦ୍ଦ କରିବା ସହ ଓବିସିଙ୍କ ପାଇଁ ସଂରକ୍ଷଣ ବିନା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହ୍ଲାବାଦ ହାଇକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଥିଲେ ଯେ ଓବିସିଙ୍କ ପାଇଁ ସଂରକ୍ଷଣ ବିନା ରାଜ୍ୟର ସହରାଞ୍ଚଳ ପୌର ସଂସ୍ଥାର ନିର୍ବାଚନ ହେବ ନାହିଁ ଏବଂ ସେ ଏଥି ନିମନ୍ତେ ଏକ ଆୟୋଗ ଗଠନ କରିଛନ୍ତି। ପରେ ଏହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ୟୁପି ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କହିବା ଅନୁଯାୟୀ, ଆଗାମୀ ପୌର ନିର୍ବାଚନରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe