ପ୍ରତି ଜିଲ୍ଲାରେ ଗୌଶାଳା ନିର୍ମାଣ କରିବ ଉତ୍ତରପ୍ରଦେଶ: ଯୋଗୀ ଆଦିତ୍ୟନାଥ

ପ୍ରତି ଜିଲ୍ଲାରେ ଗୌଶାଳା ନିର୍ମାଣ କରିବ ଉତ୍ତରପ୍ରଦେଶ: ଯୋଗୀ ଆଦିତ୍ୟନାଥ

Image Courtesy of TOI

ଲକ୍ଷ୍ନୌ: ଯଦି କୌଣସି ବ୍ୟକ୍ତିବିଶେଷ ଗାଈମାନଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରେ (ଗୋହତ୍ୟା କରିବା କଥା ଛାଡ଼) ତାଙ୍କୁ ଜେଲ୍‌ ଦଣ୍ଡ ମିଳିବ ବୋଲି କହିବା ସହ ଯୋଗୀ ଆଦିତ୍ୟନାଥ କହିଛନ୍ତି କି ରାଜ୍ୟରେ ଥିବା ସମୁଦାୟ ୭୫ଟି ଜିଲ୍ଲାରେ ଗୌଶାଳା ସରକାର ନିର୍ମାଣ କରିବେ। ରାଜ୍ୟ ସରକାର ନୁହେଁ ସ୍ଥାନୀୟ ସୋସାଇଟିମାନଙ୍କ ଦ୍ୱାରା ଏହି ଗୌଶାଳା ପରିଚାଳିତ ହେବ। ଗୌଶାଳା ନିମିତ୍ତ ସର୍ବେକ୍ଷଣ ପ୍ରାୟ ସରିଆସିଛି ଏବଂ ଖୁବ୍‌ ଶୀଘ୍ର ଖୋଲାଯିବ।

ବୁନ୍ଦେଲଖଣ୍ଡ ଭଳି ଅଞ୍ଚଳରେ ଏହି ଗୌଶାଳା ବରଦାନ ଭଳି କାର୍ଯ୍ୟ କରିବ। ଏଠାରେ ଅନ୍ନ ପ୍ରଥା ଅନୁସାରେ ଲୋକେ କ୍ଷୀର ଦେଉ ନ ଥିବା ଗୋରୁଙ୍କୁ ପରିତ୍ୟାଗ କରିନ୍ତି। ଦାରୁଣ ନିଦାଘ କାଳରେ ଜଳ ସଙ୍କଟ ଦେଖା ଦେଲେ ମଧ୍ୟ ଲୋକେ ଗାଈଗୋରୁଙ୍କୁ ସେମାନଙ୍କ ଭାଗ୍ୟ ଆଦରି ଛାଡ଼ି ଦିଅନ୍ତି। ଗୋରୁଙ୍କ ନିମନ୍ତେ ଗୋଚର ଜମି ମଧ୍ୟ ଯୋଗାଇ ଦିଆଯିବ।

ଯଦି ଭାରତୀୟ ସଂସ୍କୃତିକୁ ରକ୍ଷା କରାଯିବ ତେବେ ଲୋକେ ଗାଈ, ଗଙ୍ଗା ଏବଂ ତୁଳସୀ ଗଛକୁ ରକ୍ଷା କରିବା ଦରକାର ବୋଲି ଯୋଗୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe