ସ୍ତ୍ରୀ ଭିକାରି ସହ ଫେରାର ହୋଇଥିବା କହିଥିଲା ସ୍ବାମୀ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଭିକ ମାଗିବାକୁ ଆସୁଥିବା ଭିକାରି ସହ ଫୋନରେ କିଛି ମାସ କଥା ହୋଇ ତାଙ୍କ ସହ ସ୍ତ୍ରୀ ଫେରାର ହୋଇଥିବା ଅଭିଯୋଗ କରିଥିଲା ସ୍ବାମୀ। ଏବେ ସାମ୍ନାକୁ ଆସିଲା ସ୍ତ୍ରୀ ଘର ଛାଡ଼ିବା ପଛର କାରଣ।

UP Woman

ହରଦୋଇ: ଭିକ ମାଗିବାକୁ ଆସିବା ବେଳେ ପରସ୍ପରକୁ ଜାଣିଲେ। ଏହା ପ‌ରେ ଫୋନରେ ଆରମ୍ଭ ହେଲା କଥାବାର୍ତ୍ତା। କିଛି ମାସ କଥା ହେବା ପରେ ସ୍ବାମୀ ଓ ୬ଜଣ ସନ୍ତାନଙ୍କୁ ଛାଡ଼ି ଭିକାରି ସହ ଫେରାର ହେଲେ ମହିଳା। ଉତ୍ତରପ୍ରଦେଶର ହରଦୋଇରେ ରହୁଥିବା ରାଜୁ ନିଜ ପତ୍ନୀ ରାଜେଶ୍ୱରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ। ହେଲେ ତଦନ୍ତ କରାଯିବା ପରେ ଏକ ଅଲଗା କାହାଣୀ ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ରାଜେଶ୍ବରୀ କୌଣସି ଭିକାରି ସହିତ ଫେରାର ହୋଇନାହାନ୍ତି। ବରଂ ସେ ରାଜୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଘର ଛାଡ଼ିଛନ୍ତି।

ରାଜୁ ଏତଲା ଦେଇଥିବା ଜାଣି ରାଜେଶ୍ବରୀ ପୁଲିସ ଷ୍ଟେସନରେ ପହଞ୍ଚିବା ସହ ପୂରା ଘଟଣା ଜଣାଇଥିଲେ। ସେ କହିଥିଲେ ଯେ, "ସେ କୌଣସି ଭିକାରି ସହିତ ଫେରାର ହୋଇନାହାନ୍ତି। ସ୍ବାମୀ ପ୍ରତିଦିନ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବାରୁ ଅତିଷ୍ଠ ହୋଇ ସେ ଘର ଛାଡ଼ି ଫରୁକ୍କାବାଦରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସିଛନ୍ତି।" ରାଜେଶ୍ବରୀଙ୍କ ଖୁଲାସା ପରେ ଏବେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ତେବେ ୪୫ ବର୍ଷୀୟ ରାଜୁ ଅଭିଯୋଗ କରିଥିଲେ ଯେ, "ସେ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ଏବଂ ସେମାନଙ୍କର ଛଅ ପିଲାଙ୍କ ସହିତ ହରଦୋଇର ହରପାଲପୁର ଅଞ୍ଚଳରେ ରୁହନ୍ତି। କିଛି ମାସ ହେଲା ୪୫ ବର୍ଷୀୟ ନହ୍ନେ ପଣ୍ଡିତ ତାଙ୍କ ପଡୋଶୀଙ୍କ ଘରକୁ ଭିକ ମାଗିବା ପାଇଁ ଆସୁଥିଲେ। ଏହି ସମୟ‌ରେ ସେ ପ୍ରାୟତଃ ରାଜେଶ୍ୱରୀଙ୍କ ସହିତ କଥା ହେଉଥିଲେ। କିଛି ଦିନ ଏଭଳି କଥା ହେବା ପରେ ଦୁହେଁ ପରସ୍ପରକୁ ନମ୍ବର ଦେଇ ଫୋନରେ କଥା ହେବା ଆରମ୍ଭ କରିଥିଲେ। ଜାନୁଆରି ୩ରେ ରାଜେଶ୍ବରୀ ପରିବା କିଣିବାକୁ ଯାଉଛି ବୋଲି କହି ଆଉ ଫେରିନାହାନ୍ତି। ମୋର ସନ୍ଦେହ ହେଉଛି ଯେ, ସେ ନହ୍ନେ ପଣ୍ଡିତଙ୍କ ସହିତ ଫେରାର ହୋଇଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe