ଝିଅ ବାହାଘର ପାଇଁ ବ୍ୟାଙ୍କ୍‌ ଲକର୍‌ରେ ୧୮ ଲକ୍ଷ ଟଙ୍କା ରଖିଥିଲେ ମହିଳା, ଖୋଲିଲା ବେଳକୁ ଖାଇ ଯାଇଥିଲେ ଉଈ

Advertisment
ଝିଅ ବାହାଘର ପାଇଁ ବ୍ୟାଙ୍କ୍‌ ଲକର୍‌ରେ ୧୮ ଲକ୍ଷ ଟଙ୍କା ରଖିଥିଲେ ମହିଳା, ଖୋଲିଲା ବେଳକୁ ଖାଇ ଯାଇଥିଲେ ଉଈ

Image Courtesy of India Today

ମୋରାଦାବାଦ୍‌: ଝିଅ ବାହାଘର ପାଇଁ ଉତ୍ତର ପ୍ରଦେଶର ମୋରାଦାବାଦ୍‌ ଅଞ୍ଚଳର ଏକ ବ୍ୟାଙ୍କ୍‌ ଲକ୍‌ରେ ଜଣେ ମହିଳା ରଖିଥିବା ନଗଦ ୧୮ ଲକ୍ଷ ଟଙ୍କା ଉଈ ଖାଇଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଝିଅ ବାହାଘର କରିବେ ବୋଲି ଅଳକା ପାଠକ ନାମ୍ନୀ ସେ ମହିଳା ୨୦୨୨ ଅକ୍ଟୋବର ମାସରେ କିଛି ଅଳଙ୍କାର ସମେତ ନଗଦ ଟଙ୍କା ଲକର୍‌ ମଧ୍ୟରେ ରଖିଥିଲେ।

ଲକର୍‌ର ବାର୍ଷିକ ଦେଖାରଖା ଓ ‘କେୱାଇସି’ ଯାଞ୍ଚ ନିମନ୍ତେ ବ୍ୟାଙ୍କ୍‌ ଅଳକାଙ୍କୁ ଡକାଇବା ପରେ ଟଙ୍କା ଉଈ ଚରିଯାଇଥିବା କଥା ଜଣାପଡ଼ିଲା।

ଲକର୍‌ ତାଲା ଫିଟାଇବା ପରେ କାଗଜ ନୋଟ୍‌ ସବୁକୁ ଉଈ ଖାଇ ନଷ୍ଟ କରି ଦେଇଥିବା ଦେଖି ଅଳକା ଅବାକ୍‌ ହୋଇଗଲେ। ପର ମୁହୂର୍ତ୍ତରେ ସେ ତୁରନ୍ତ ବ୍ୟାଙ୍କ୍‌ ମ୍ୟାନେଜର୍‌ଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଲେ।

publive-image Image Courtesy of The Free Press Journal

ସୂଚନାଯୋଗ୍ୟ, ଛୋଟ ବ୍ୟବସାୟ ଓ ଘରୋଇ ଟ୍ୟୁସନ୍‌ କରୁଥିବା ଅଳକା ପାଠକ ତାଙ୍କ ସଞ୍ଚିତ ଧନକୁ ନଗଦ ଟଙ୍କା ଓ ଅଳଙ୍କାର ଆକାରରେ ଉକ୍ତ ବ୍ୟାଙ୍କ୍‌ ଲକର୍‌ରେ ରଖିଥିଲେ। କିନ୍ତୁ, ଲକର୍‌ରେ ସେ ସବୁକୁ ରଖିବା ନିମନ୍ତେ ଥିବା ସତର୍କତା ବିଷୟରେ ତାଙ୍କର କୌଣସି ଧାରଣା ନ ଥିଲା। ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏ ମୂଲ୍ୟବାନ ଗହଣା ଓ ନଗଦ ଟଙ୍କା ଝିଅ ବିଭାଘର କାମରେ ଲାଗିବ।

କିନ୍ତୁ, ସେଥିରେ ନଗଦ ଟଙ୍କା ରଖାଯାଏ ନାହିଁ, ଯଦିବା ରଖାଯାଏ ସେମିତ ରଖାଯାଏ ନାହିଁ ବୋଲି ସେ ଜାଣି ନ ଥିବା କଥା ବ୍ୟାଙ୍କ୍‌ ମ୍ୟାନେଜର୍‌ଙ୍କ ନିକଟରେ ସ୍ବୀକାର କରିଛନ୍ତି।

ଘଟଣା ସଂକ୍ରାନ୍ତରେ ଔପଚାରିକ ରିପୋର୍ଟ ପାଇବା ପରେ କ୍ଷୟକ୍ଷତିର ଆକଳନ ନିମନ୍ତେ ମ୍ୟାନେଜର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାଟି ‘ବ୍ୟାଙ୍କ୍‌ ଅଫ୍ ବରୋଦା’ ଶାଖାରେ ଘଟିଥିବା କଥା ‘ଦି ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe