ପୂର୍ବ ପ୍ରେମିକାକୁ ହତ୍ୟାକରି ୬ ଖଣ୍ଡ କରିଥିବା ୟୁପି ଯୁବକ ଗିରଫ

ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ଆଜମଗଡ଼: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ଘଟଣା ମନରୁ ନ ଲିଭୁଣୁ ଅନୁରୂପ ଘଟଣାରେ ଉତ୍ତରପ୍ରଦେଶ ଆଜମଗଡ଼ ଅଞ୍ଚଳର ଜଣେ ଯୁବକକୁ ଶନିବାର ପୁଲିସ ଗିରଫ କରିଛି। ଯୁବକ ଜଣକ ତା’ର ପୂର୍ବତନ ପ୍ରେମିକାକୁ ହତ୍ୟା କରି ଛଅ ଖଣ୍ଡ କରି ଏକ କୂଅରେ ପକାଇଥିଲା। କୂଅରୁ ତାହା ଜବତ କରାଯାଇଛି। ଅଭିଯୁକ୍ତ ପ୍ରିନ୍ସ ଯାଦବକୁ ଧରିବାକୁ ଗଲାବେଳେ ସେ ପୁଲିସ ଉପରକୁ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲା। ଗୁଳିବିନିମୟରେ ଯୁବକଟି ଆହତ ହେବା ପରେ ଶନିବାର ପୁଲିସ ତାକୁ ଧରିବାକୁ ସମର୍ଥ ହୋଇଥିଲା। ପଶ୍ଚିମୀ ଗାଁ ବାହାରେ ଥିବା ଏକ କୂଅରେ ମଣିଷର କଟା ଅଙ୍ଗ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ପୁଲିସ କଟା ଶବ ଜବତ କରି ତାହା ଆରାଧନା ନାମ୍ନୀ ଜଣେ ୨୦ ବର୍ଷୀୟା ଯୁବତୀର ବୋଲି ଚିହ୍ନଟ କରିଥିଲା।

ଅପରାଧୀ ଯାଦବର ସ୍ବୀକାରୋକ୍ତି ଅନୁସାରେ ସେ ଓ ଆରାଧନା ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଆରାଧନା ତାକୁ ଛାଡ଼ି ଆଉ ଜଣେ ଯୁବକକୁ ବାହା ହୋଇଗଲା। ନଭେମ୍ବର ୯ ତାରିଖରେ ଯାଦବ କୌଶଳକ୍ରମେ ଏକ ନଛାଟିଆ ସ୍ଥାନକୁ ଆରାଧନାକୁ ଡାକି ଚଣ୍ଟି ଚିପି ହତ୍ୟା କରିଥିଲା। ପରେ ଶବକୁ ୬ ଖଣ୍ଡ କରି କୂଅରେ ପକାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe