ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

Advertisment
ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

Image Courtesy of India Today

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ ବୋଲି କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଅବସର ନେ‌ଲା ପରେ ମଧ୍ୟ ସେ ରାଜନୀତି ସହିତ ଜଡ଼ିତ ରହିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ୨୪ ତାରିଖ‌ରେ କର୍ଣ୍ଣାଟକ ବିଧାନଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାଳ ଶେଷ ହେବ। ତେଣୁ, କର୍ଣ୍ଣାଟକ ବିଧାନସଭାର ସମସ୍ତ ବିଧାୟକମାନଙ୍କୁ ନିର୍ବାଚିତ କରିବା ନିମନ୍ତେ ୨୦୨୩ ମେ ପୂର୍ବରୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଆୟୋଜନ କରାଯିବ।

ପୂର୍ବରୁ ୨୦୧୮ ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରେ ‘ଜନତା ଦଳ (ସିକ୍ୟୁଲାର୍‌)’ ଏବଂ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ କଂଗ୍ରେସ’ଙ୍କ ମିଳିତ ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏଚ୍‌. ଡି. କୁମାରସ୍ବାମୀ।

ସେପଟେ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି ଯେ, ଶାସନ କାଳରେ ସିଦ୍ଧରମୈୟା ରାଜ୍ୟକୁ କରଜରେ ଡୁବାଇ ଦେଇଛନ୍ତି। ଗଣମାଧ୍ୟମକୁ ବୋମ୍ମାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର ଶାସନ କାଳରେ ସିଦ୍ଧରମୈୟା ସବୁଠୁ ଅଧିକ ଋଣ କରିଛନ୍ତି। ଏହା କର୍ଣ୍ଣାଟକ ଇତିହାସରେ ପ୍ରଥମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe