ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ଲେନ୍‌ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟଚାଲିଛି: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ

ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ଲେନ୍‌ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟଚାଲିଛି: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ

ନୂଆଦିଲ୍ଲୀ: କୋଲକାତା-ଚେନ୍ନାଇ ସୁବର୍ଣ୍ଣ ଚତୁର୍ଭୁଜ କରିଡର ଅନ୍ତର୍ଗତ ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ବର୍ତ୍ତମାନ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଆଇ) ପକ୍ଷରୁ ୬ ଲେନ୍‌ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରସ୍ତାବିତ ରାସ୍ତା ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ପ୍ରଭୃତି ୪ଟି ରାଜ୍ୟକୁ ବ୍ୟାପିଛି ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରାଥମିକ ମୁଖ୍ୟ ରାସ୍ତା ଭାବରେ କାର୍ଯ୍ୟ କରିବ ବୋଲି ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏକ ଟୁଇଟ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି।

ଏହି ୬ ଲେନ୍‌ ବିଶିଷ୍ଟ ରାଜପଥରେ ବିଭିନ୍ନ କୃଷି ଉତ୍ପାଦିତ ସାମଗ୍ରୀ ଏବଂ ଶିଳ୍ପ ଉତ୍ପାଦ ପରିବହନ ସହିତ ସ୍ଥାନୀୟ ଖଣିଜ ପଦାର୍ଥ ପରିବହନ ପାଇଁ ଆନ୍ତଃରାଜ୍ୟ ଟ୍ରାଫିକ୍‌ ବ୍ୟବସ୍ଥା ରହିଛି। ଏହି ରାଜପଥ ମା’ ବିରଜା ମନ୍ଦିର, ଶ୍ୱେତା ବରାହା, ଭଦ୍ରକାଳୀ ମନ୍ଦିର, ଆରଡି ଅଖଣ୍ଡଳମଣି ମନ୍ଦିର, ଚାନ୍ଦବାଲି ନଦୀ ବନ୍ଦର, ଧାମନଗର ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିବ ବୋଲି ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ସୂଚନା ଦେଇଛନ୍ତି।

publive-image

ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ ଆମେ ସଡ଼କ କ୍ଷମତା, ବେଗ ଏବଂ ନିରାପତ୍ତା ବୃଦ୍ଧି କରିବା ସହିତ ସୁଗମ ଏବଂ ସୁରକ୍ଷିତ ଟ୍ରାଫିକ୍‌ ପ୍ରବାହ ସୁନିଶ୍ଚିତ କରୁଛୁ। ଏହି ଉନ୍ନତିକରଣ ଜାତୀୟ ରାଜପଥର ମାନଦଣ୍ଡ ସହ ମେଳ ଖାଇବ ଏବଂ ଆନ୍ତଃରାଜ୍ୟ ସାମଗ୍ରୀ ଏବଂ ଯାତ୍ରୀ ପରିବହନକୁ ପ୍ରୋତ୍ସାହିତ କରିବା ସହିତ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ଯୋଗଦାନ କରିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe