ହ୍ବାଟ୍ସଆପରେ ଆସିବ ୟୁପିଆଇ ଲାଇଟ୍ ବିକଳ୍ପ

ହ୍ୱାଟ୍ସଆପ ୟୁଜର୍ସଙ୍କୁ ଖୁବଶୀଘ୍ର ମିଳିପାରେ ନୂଆ ବିକଳ୍ପ । ଉପଭୋକ୍ତାଙ୍କ ଦ୍ବାରା ବିଭିନ୍ନ ବିଲ୍ ପୈଠ ଲାଗି ଏକ ସହଜ ବିକଳ୍ପ ଆରମ୍ଭ ହୋଇପାରେ। ଖୁବ ଶୀଘ୍ର ଆପଣ ହ୍ୱାଟସଆପ ସାହାଯ୍ୟରେ ବିଲ ପେମେଣ୍ଟ କରିପାରିବେ । ଏଥିଲାଗି ୟୁପିଆଇ ଲାଇଟ ବିକଳ୍ପ ଆରମ୍ଭ ହେବାକୁ ଯାଉଛି ।

4235

Photograph: (SAMBAD.IN)

ନୂଆଦିଲ୍ଲୀ: ହ୍ୱାଟ୍ସଆପ ୟୁଜର୍ସଙ୍କୁ ଖୁବଶୀଘ୍ର ମିଳିପାରେ ନୂଆ ବିକଳ୍ପ । ଉପଭୋକ୍ତାଙ୍କ ଦ୍ବାରା ବିଭିନ୍ନ ବିଲ୍ ପୈଠ ଲାଗି ଏକ ସହଜ ବିକଳ୍ପ ଆରମ୍ଭ ହୋଇପାରେ। ଖୁବ ଶୀଘ୍ର ଆପଣ ହ୍ୱାଟସଆପ ସାହାଯ୍ୟରେ ବିଲ ପେମେଣ୍ଟ କରିପାରିବେ । ଏଥିଲାଗି ୟୁପିଆଇ ଲାଇଟ ବିକଳ୍ପ ଆରମ୍ଭ ହେବାକୁ ଯାଉଛି । ଗୁଗୁଲ ପେ ଓ ଫୋନପେ ଭଳି ପ୍ଲାଟଫର୍ମ ଭଳି ଏହି ଫିଚର ପ୍ରଦାନ କରାଯିବ । ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ ହ୍ୱାଟସଆପ ଖୁବଶୀଘ୍ର ୟୁପିଆଇ ଲାଇଟ ପେମେଣ୍ଟ ବିକଳ୍ପ ଆଣିପାରେ । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା।

ସର୍ଭର୍ ବ୍ୟସ୍ତ ଥିବା ବେଳେ ହ୍ଵାଟ୍ସଆପ୍ ୟୁପିଆଇ ଲାଇଟ୍ ପେମେଣ୍ଟ୍ କାମ କରିବ ଏବଂ ଏହାର ବିଫଳତା ହାର ଯଥେଷ୍ଟ କମ୍ ରହିବ ବୋଲି ଜଣାଯାଇଛି। ଖୁବଶୀଘ୍ର ୟୁଜର୍ସଙ୍କ ପାଖରେ ପିନ୍ ଫ୍ରି ପେମେଣ୍ଟର ବିକଳ୍ପ ଆସିପାରେ ।

ସର୍ଭର୍ ବ୍ୟସ୍ତ ଥିବା ବେଳେ ହ୍ଵାଟ୍ସଆପ୍ ୟୁପିଆଇ ଲାଇଟ୍ ପେମେଣ୍ଟ୍ କାମ କରିବ ଏବଂ ଏହାର ବିଫଳତା ହାର ଯଥେଷ୍ଟ କମ୍ ରହିବ ବୋଲି ଜଣାଯାଇଛି। ଖୁବଶୀଘ୍ର ୟୁଜର୍ସଙ୍କ ପାଖରେ ପିନ୍ ଫ୍ରି ପେମେଣ୍ଟର ବିକଳ୍ପ ଆସିପାରେ । ୟୁପିଆଇ ଲାଇଟ୍ କେବଳ ମୁଖ୍ୟ ଡିଭାଇସରେ କାମ କରିବ, ଅର୍ଥାତ୍ ଏହା ଲିଙ୍କ୍ ହୋଇଥିବା ଡିଭାଇସରେ ଉପଲବ୍ଧ ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ହ୍ୱାଟ୍ସଆପରେ ୟୁପିଆଇ ଲାଇଟ୍ ବିକଳ୍ପ ଉପଲବ୍ଧ ନାହିଁ। ସାମସଙ୍ଗ ୱାଲେଟ, ଫୋନପେ ଏବଂ ଜିପେ ଭଳି ଅନ୍ୟ ପ୍ଲାଟଫର୍ମ ଭଳି ହ୍ୱାଟସଆପ ମଧ୍ୟ ଏହାର ଏକ ଅଂଶ ହୋଇପାରେ । ହ୍ୱାଟ୍ସଆପର ଏକ ବହୁତ ବଡ ୟୁଜର ବେସ୍ ଅଛି, ଯାହା ୟୁପିଆଇ ଲାଇଟ୍ ଉପଲବ୍ଧ କରାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe