ୟୁପିଆଇ କାରବାର ୬୦୦ କୋଟି ଟପିଲା, ଉଲ୍ଲେଖନୀୟ ସଫଳତା କହିଲେ ମୋଦୀ

Advertisment
ୟୁପିଆଇ କାରବାର ୬୦୦ କୋଟି ଟପିଲା, ଉଲ୍ଲେଖନୀୟ ସଫଳତା କହିଲେ ମୋଦୀ

Moneycontrol

ନୂଆଦିଲ୍ଲୀ: ଦେଶରେ ୟୁପିଆଇ (ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ) କାରବାର ପ୍ରଥମ ଥର ପାଇଁ ଚଳିତବର୍ଷ ଜୁଲାଇ ମାସରେ ୬୦୦ କୋଟି ଟପିଛି। ଦେଶରେ ଡିଜିଟାଲ କାରବାର ପାଇଁ ୨୦୧୬ ଅଗଷ୍ଟରେ ୟୁପିଆଇ ଆରମ୍ଭ ହୋଇଥିଲା। ଜୁନ ତୁଳନାରେ ୟୁପିଆଇ କାରବାର ସଂଖ୍ୟା ଦୃଷ୍ଟିରୁ ୭ ପ୍ରତିଶତରୁ ଅଧିକ ଏବଂ ମୂଲ୍ୟଦୃଷ୍ଟିରୁ ପାଖାପାଖି ୫ ପ୍ରତିଶତ ବଅଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଲ୍ଲେଖନୀୟ ସଫଳତା ବୋଲି କହି ପ୍ରଶଂସା କରିଛନ୍ତି।
ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ତଥ୍ୟରୁ ଜଣାଯାଇଛି ଯେ ଜୁଲାଇ ମାସରେ ୬୨୮ କୋଟି ୟୁପିଆଇ କାରବାର ହୋଇଛି। ଜୁନରେ ଏହି ସଂଖ୍ୟା ୫୮୬ କୋଟି ରହିଥିଲା। ମୂଲ୍ୟ ଅନୁଯାୟୀ ଜୁଲାଇ ମାସରେ ୟୁପିଆଇ ମାଧ୍ୟମରେ ୧୦,୬୨,୭୪୭ କୋଟି ଟଙ୍କାର କାରବାର ହୋଇଛି। ଜୁନ ମାସରେ ଏହି କାରବାର ମୂଲ୍ୟ ୧୦,୧୪,୩୮୪ କୋଟି ଟଙ୍କା ରହିଥିଲା। ଅର୍ଥାତ ଜୁନ ତୁଳନାରେ ଜୁଲାଇରେ ଏଥିରେ ୪.୭୭ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ମେ ମାସରେ ୟୁପିଆଇ କାରବାର ସଂଖ୍ୟା ୫୯୫ କୋଟି ଥିବାବେଳେ ମୂଲ୍ୟଦୃଷ୍ଟିରୁ ଏହା ୧୦,୪୧,୫୦୬ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe