Scroll.in
ଲକ୍ଷ୍ନୌ: ଉତ୍ତର ପ୍ରଦେଶକୁ ଦେଶର ଏକ ବିକଶିତ ରାଜ୍ୟ ରୂପେ ଗଢ଼ିତୋଳିବା ସହ ଉତ୍ତର ପ୍ରଦେଶକୁ ଏକ ଦୁର୍ନୀତିମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସବୁ ସ୍ତରରେ ସମସ୍ତ ପ୍ରକାରର ଉଦ୍ଦ୍ୟମ ଆରମ୍ଭ କରି ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଫିରୋଜାବାଦରେ ଆୟୋଜିତ ଏକ ସଭାରେ ଉଦ୍ବୋଧନ ଦେବା ଅବସରରେ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଜନସାଧାରଣଙ୍କର ବିନା ସହଯୋଗରେ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ସମ୍ଭବପର ନୁହେଁ। ତେଣୁ, ଏଦିଗରେ ରାଜ୍ୟବାସୀ ସରକାରଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ କୌଣସି କାର୍ଯ୍ୟ ହାସଲ ପାଇଁ କୌଣସି ସରକାରୀ ଅଧିକାରୀକୁ ଲାଞ୍ଚ ଦିଅନ୍ତୁ ନାହିଁ। ଯଦି ସେ କାର୍ଯ୍ୟ ସଂପାଦନ ପାଇଁ ଲାଞ୍ଚ ମାଗୁଛି ଓ ଲାଞ୍ଚ ନଦେଲେ କାର୍ଯ୍ୟ କରୁନାହିଁ ତେବେ ସେଇ ଲାଞ୍ଚୁଆ ଅଧିକାରୀର ଭିଡିଓ ପ୍ରସ୍ତୁତ କରି ତା’କୁ ସରକାରଙ୍କର ଆଣ୍ଟି କରପ୍ସନ୍ ପୋର୍ଟାଲ୍ରେ ଅପ୍ଲୋଡ୍ କରିଦିଅନ୍ତୁ। ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ଲାଞ୍ଚୁଆ ଅଧିକାରୀ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବିନା ଲାଞ୍ଚରେ ସରକାରୀ କାର୍ଯ୍ୟ କିପରି ସଂପାଦିତ କରିବାକୁ ପଡ଼େ ଓ ସରକାରୀ ଦାୟିତ୍ୱ କିପରି ନିର୍ବାହ କରାଯାଏ ତାହା ତା’କୁ ଶିଖାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
Follow Us