ତାନ୍ତ୍ରିକର ଉପଦେଶ ମାନି ଚାବି, ତାର ଓ ମୋବାଇଲ୍‌ ଫୋନ୍‌ ଗିଳିଥିବା ଲୋକ

Advertisment
ତାନ୍ତ୍ରିକର ଉପଦେଶ ମାନି ଚାବି, ତାର ଓ ମୋବାଇଲ୍‌ ଫୋନ୍‌ ଗିଳିଥିବା ଲୋକ

Image Courtesy of TOI

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାର୍ଦୋଇ ଅନ୍ତର୍ଗତ ବିଲଗ୍ରାମର ଜଣେ ଲୋକ ବାହା ହେବା ପାଇଁ ଜଣେ ତାନ୍ତ୍ରିକର ଉପଦେଶ ମାନି ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି।

୪୨ ବର୍ଷିୟ ଅଜୟ ଦ୍ୱିବେଦୀ ନାମକ ସେ ବ୍ୟକ୍ତିଙ୍କର ଦେହ ସର୍ବଦା ଅସୁସ୍ଥ ରହୁଥିବାରୁ ତାଙ୍କର ବାହାଘର ପାଇଁ ସୁଯୋଗ ଜୁଟୁ ନ ଥିଲା। ତାଙ୍କୁ କେହି ଗୁଣୀଟୁଣି କରିଛି ଭାବି ଦ୍ୱିବେଦୀ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଇ ଏହି ସମସ୍ୟା ସମାଧାନ କରିବାକୁ କହିଲେ।

ତାନ୍ତ୍ରିକ ପ୍ରଥମରୁ କହିଲେ ଯେ ତାଙ୍କର ନିର୍ଦେଶକୁ ସେ ଧାର୍ମିକ ବିଚାରି ଗ୍ରହଣ କରିବେ। ସେଥିରେ ଦ୍ୱିବେଦୀ ରାଜି ହୋଇଗଲେ।
ତା’ପରେ ସେ ତାଙ୍କୁ ମୋବାଇଲ୍‌ ଫୋନ୍‌ ଏବଂ ବ୍ୟାଟେରି, ଚାବି, ପତଳା ତାର, କାଚ ଆଦି ଖାଇବାକୁ କହିଲେ।

ତାଙ୍କ କହିବା ଅନୁସାରେ ଦ୍ୱିବେଦୀ ସେ ସବୁ ଖାଇବା ପରେ ପେଟବିନ୍ଧା ଆରମ୍ଭ ହୋଇଗଲା।

publive-image

ପେଟବିନ୍ଧାର ନିରାକରଣ ପାଇଁ ସେ ଏକ ଘରୋଇ ଡାକ୍ତରଖାନାକୁ ଯିବାରୁ ଡାକ୍ତରମାନେ ତାଙ୍କୁ ଏକ୍ସରେ କରାଇବାକୁ କହିଲେ। ଏକ୍ସରେ ଫିଲ୍ମରେ ରୋଗୀର ଦେହରେ ଧାତବ ଜିନିଷ ଥିବା ଦେଖି ଆଚମ୍ବିତ ହୋଇ ଗଲେ ସେମାନେ।

ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଇବାକୁ ଡାକ୍ତର କହିଲେ। ଅସ୍ତ୍ରୋପଚାର ପରେ ତାଙ୍କ ଦେହରୁ ବାହାରିଲା ବିଭିନ୍ନ ଧାତବ ଖଣ୍ଡ।

ସର୍ଜନ୍‌ ଏସ୍‌କେ ସିଂହ କହନ୍ତି ଯେ ଦ୍ୱିବେଦୀ ଯେଉଁ ସ୍ୱାସ୍ଥ୍ୟାବସ୍ଥା ଦେଇ ଗତି କରୁଛନ୍ତି ସେ ପ୍ରକାରର ଲୋକେ ଆତ୍ମହତ୍ୟା ପ୍ରବୃତ୍ତିର ଶିକାର ହୋଇ ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe