ଏୟାର ହଷ୍ଟେସ୍‌ ଚାକିରି ପାଇ ନ ଥିବା କିନ୍ନରଙ୍କୁ ସୁପ୍ରିମ୍‌କୋର୍ଟ କଲେ ସମର୍ଥନ

Advertisment
ଏୟାର ହଷ୍ଟେସ୍‌ ଚାକିରି ପାଇ ନ ଥିବା କିନ୍ନରଙ୍କୁ ସୁପ୍ରିମ୍‌କୋର୍ଟ କଲେ ସମର୍ଥନ

ନୂଆଦିଲ୍ଳୀ: ତାମିଲନାଡୁର କିନ୍ନର ସାନଭି ପନୁସାମୀଙ୍କ ଅଭିଯୋଗ ଉପରେ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ୪ ସପ୍ତାହ ସମୟ ଦେଇଛନ୍ତି। ସାନଭି ଜଣ ତୃତୀୟଲିଙ୍ଗୀ ହୋଇଥିବାରୁ ତାଙ୍କୁ ଏୟାର୍‌ ହଷ୍ଟେସ୍‌ ଚାକିରିରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି।

ଇଞ୍ଜିନିୟରିଂ ପାଠ ପଢ଼ିଥିବା ୨୬ ବର୍ଷୀୟା କିନ୍ନର ସାନଭି ୨୦୧୪ ମସିହାରେ ନିଜ ଅସ୍ତ୍ରୋପଚାର କରାଇ ମହିଳା ହେବା ପୂର୍ବରୁ ସୁଥରଲାଣ୍ଡ୍‌ ଏବଂ ଏୟାର୍‌ ଇଣ୍ଡିଆରେ କାମ କରୁଥିଲେ।

publive-image

ସାନଭିଙ୍କ ଅଭିଯୋଗ ମୁତାବକ, ୨୦୧୭ ମସିହାରେ ସେ କ୍ୟାବିନ୍‌ କ୍ରିୟୁ ମେମ୍ବର ପଦ ପାଇଁ ଆବେଦନ କରିଥିଲେ। ସେ ସମସ୍ତ ପ୍ରକାର ପରୀକ୍ଷାରେ ସଫଳ ହେବା ସତ୍ୱେ ପୂର୍ବରୁ ସେ ଜଣେ କିନ୍ନର ଥିବାରୁ ତାଙ୍କୁ କ୍ରିୟୁ ମେମ୍ବର ଭାବେ ଚାକିରି ମିଳି ନ ଥିଲା। ସେ ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ପାଇଲେ ଯେ କ୍ରିୟୁ ମେମ୍ବର ଭାବେ ମହିଳା ଅବଶ୍ୟକ ଥିବାରୁ ତାଙ୍କୁ ଚାକିରିରୁ ବଞ୍ଚିତ କରାଯାଇଛି। ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ସମ୍ବିଧାନରେ କିନ୍ନରମାନଙ୍କ ପାଇଁ ରହିଥିବା ନିୟମକୁ ଏୟାର୍‌ ଇଣ୍ଡିଆ ଭେଦଭାବ ପ୍ରଦର୍ଶନ କରି ବିରୋଧ କରିଛି।

ଏହା ପ୍ରଥମ ନୁହେଁ, ନିକଟରେ ମଧ୍ୟ ଏପରି ଘଟଣା ଘଟି ସାରିଛି। ଭାରତୀୟ ନୌସେନା କର୍ମଚାରୀ ସାବି ଗିରି ନାମକ ଜଣେ କିନ୍ନର ନିଜର ଲିଙ୍ଗ ପରିବର୍ତ୍ତନ କରିବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ସେ ଏନେଇ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲେ। ଏ ନେଇ ନୌସେନା ପକ୍ଷରୁ ସଫେଇ ଦିଆଯାଇଥିଲା ଯେ ଲିଙ୍ଗ ପରିବର୍ତ୍ତନ ନିଯୁକ୍ତ ନିୟମର ଉଲଂଘନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe