ଗଲୱାନ ସହିଦଙ୍କ ପ୍ରତିମୂର୍ତ୍ତି ଗଢ଼ି ବାପା ଖାଇଲେ ମାଡ, ଗିରଫ କଲା ପୁଲିସ

Advertisment
ଗଲୱାନ ସହିଦଙ୍କ ପ୍ରତିମୂର୍ତ୍ତି ଗଢ଼ି ବାପା ଖାଇଲେ ମାଡ, ଗିରଫ କଲା ପୁଲିସ

ପାଟନା: ଗଲୱାନ ସହିଦଙ୍କ ପ୍ରତିମୂର୍ତ୍ତି ଗଢ଼ି ବାପା ଖାଇଲେ ମାଡ। ବିହାରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ୨୦୨୦ରେ ଚୀନ ସୈନିକଙ୍କ ସହ ସଂଘର୍ଷ ସମୟରେ ପୁଅ ସହିଦ ହୋଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ପୁଅକୁ ସମ୍ମାନ ଜଣାଇ ବାପା ଘର ଆଗରେ ଥିବା ସରକାରୀ ଜମିରେ ପୁଅର ପ୍ରତିମୂର୍ତ୍ତି ଗଢ଼ିଥିଲେ। ପ୍ରତିମୂର୍ତ୍ତି ନିର୍ମାଣକୁ ବିରୋଧ କରି କିଛି ଲୋକ ପୁଲିସ ନିକଟରେ ଅଭିଯୋଗ କରିବାରୁ ପୁଲିସ ସମାଧାନର ବାଟ ବାହାର କରିବା ପରିବ‌ର୍ତ୍ତେ ସହିଦଙ୍କ ବାପାଙ୍କୁ ମାଡ ମାରିବା ସହ ତାଙ୍କୁ ଗିରଫ କରିଥିଲା।

ଏଭଳି କାମ ବିହାରର ବୈଶାଲୀ ପୁଲିସ କରିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ନିନ୍ଦା କରିଛନ୍ତି। ସୂଚନା ମୁତାବକ, ବିହାରରେ ରହୁଥିବା ରାଜ କପୁର ସିଂଙ୍କ ପୁଅ ଜୟ କିଶୋର ଗଲୱାନ ଉପତ୍ୟକାରେ ଭାରତୀୟ ସେନା ଏବଂ ଚୀନ୍ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିଲେ।

गलवान घाटी में शहीद जवान के पिता को ndtv

ଅଭିଯୋଗ ହୋଇଛି ଯେ ଜୟ କିଶୋର ସହିଦ ହେବା ପରେ ତାଙ୍କ ବାପା ତାଙ୍କ ଘର ସାମ୍ନାରେ ଥିବା ସରକାରୀ ଜମିରେ ପୁଅର ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଜୟ କିଶୋକଙ୍କ ଭାଇ ନନ୍ଦକିଶୋର ସିଂ କହିଛନ୍ତି ଯେ, ଏହି ଖବର ପୁଲିସ ପାଇବା ପରେ ୧୫ଦିନ ମଧ୍ୟରେ ପ୍ରତିମୂର୍ତ୍ତି ହଟାଇବାକୁ କହିଥିଲା। ଏହା ପରେ ଘଟଣା ଦିନ ପୁଲିସ ଘରକୁ ଆସି ବାପାଙ୍କୁ ଗିରଫ କରିଥିଲା। ଗିରଫ କରିବା ପୂର୍ବରୁ ସମସ୍ତଙ୍କ ଆଗରେ ମାଡ଼ ମାରିବା ସହ ପୁଲିସ, ବାପାଙ୍କୁ ଗାଳି ମଧ୍ୟ କରିଥିଲା। ଯେତେବେଳେ ମୋ ଭାଇର ପ୍ରତିମୁର୍ତ୍ତି ନିର୍ମାଣ କାମ ଶେଷ ହୋଇଥିଲା ସେତେବେଳେ ସ୍ଥାନୀୟ ଅଧିକାରୀ ଏହାର ଉନ୍ମୋଚନ କରିଥିଲେ। ହେଲେ ଏବେ ଏହାକୁ ନେଇ କାହିଁକି ବିବାଦ କରାଯାଉଛି, ତାହା ଆମକୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe