ପୁଲିସ ଉଚ୍ଚ ପଦବିରେ ୟୁପିର ପ୍ରଥମ ମହିଳା: ନଏଡ଼ାର ନୂଆ ପୁଲିସ କମିସନର ହେଲେ ଲକ୍ଷ୍ମୀ ସିଂହ

Advertisment
ପୁଲିସ ଉଚ୍ଚ ପଦବିରେ ୟୁପିର ପ୍ରଥମ ମହିଳା: ନଏଡ଼ାର ନୂଆ ପୁଲିସ କମିସନର ହେଲେ ଲକ୍ଷ୍ମୀ ସିଂହ

ନଏଡ଼ା: ୨୦୦୦-ବ୍ୟାଚ୍ ଆଇପିଏସ୍ ଅଫିସର ଲକ୍ଷ୍ମୀ ସିଂହଙ୍କୁ ବୁଧବାର ନଏଡ଼ାର ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ଉତ୍ତରପ୍ରଦେଶରେ ଜଣେ ମହିଳା ପୁଲିସ ବିଭାଗର ଏଭଳି ଉଚ୍ଚ ପଦରେ ନିଯୁକ୍ତ ହେବାରେ ସେ ପ୍ରଥମ। ପ୍ରାୟ ତିନିବର୍ଷ ତ‌ଳେ ଉତ୍ତରପ୍ରଦେଶ ସରକାର ଗୌତମବୁଦ୍ଧ ନଗର ଓ ଲକ୍ଷ୍ନୌରେ କମିସନରେଟ୍ ବ୍ୟବସ୍ଥା ଆରମ୍ଭ କରିଥିଲେ। ବର୍ତ୍ତମାନ ଲକ୍ଷ୍ମୀ ସିଂହ ହେବେ ନଏଡ଼ାର ଦ୍ବିତୀୟ ପୁଲିସ କମିସନର।

publive-image

ଅତିରିକ୍ତ ଡିଜି ଭାବେ ପଦୋନ୍ନତି ପାଇ ଲକ୍ଷ୍ନୌକୁ ବଦଳି ହୋଇଥିବା ୧୯୯୫ ବ୍ୟାଚ୍ ଆଇପିଏସ୍ ଅଫିସର ଆଲୋକ ସିଂହଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବେ। ମେକାନିକାଲ ଇଂଜିନିୟରିଂରେ ବିଟେକ୍ ଏବଂ ସୋସିଓଲୋଜିରେ ପିଜି କରିଥିବା ଲକ୍ଷ୍ମୀ ଏହା ପୂର୍ବରୁ ଲକ୍ଷ୍ନୌ ରେଞ୍ଜର ଆଇଜି ଥିଲେ। ତା’ ପୂର୍ବରୁ ସେ ବାରାଣସୀ, ଚିତ୍ରକୂଟ, ଗୋଣ୍ଡା, ଫାରୁକାବାଦ, ବାଗପତ ଓ ବୁଲନ୍ଦସହରରେ ଏସ୍‌ପି ବା ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରିଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe