୧୧ ମାର୍କ ଯୋଗୁ ବିଫଳ ୟୁପିଏସ୍‌ସି ପ୍ରତ୍ୟାଶୀଙ୍କ ଟ୍ବିଟ୍ ଭାଇରାଲ

Advertisment
୧୧ ମାର୍କ ଯୋଗୁ ବିଫଳ ୟୁପିଏସ୍‌ସି ପ୍ରତ୍ୟାଶୀଙ୍କ ଟ୍ବିଟ୍ ଭାଇରାଲ

Times Now

ନୂଆଦିଲ୍ଲୀ : ମେ ୩୦ ତାରିଖରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଜଣେ ବିଫଳ ପ୍ରତ୍ୟାଶୀଙ୍କ ଟ୍ବିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ରଜତ ସାମ୍ବ୍ୟାଲ ଲେଖିଛନ୍ତି ଯେ ତାଙ୍କର ୧୦ ବର୍ଷର ପରିଶ୍ରମ ପାଣିରେ ପଡ଼ିଗଲା। ସେ ୬ ଥର ୟୁପିଏସ୍‌ସି ପରୀକ୍ଷା ଦେଇଛନ୍ତି। ସେଥିରୁ ୩ ଥର ସେ ପ୍ରିଲିମ୍‌ରେ ଫେଲ୍ ହେଲେ ଓ ୨ ଥର ମେନ୍‌ରେ ଅକୃତକାର୍ଯ୍ୟ ହେଲେ। ଶେଷଥର ସେ ମେନ୍‌ରେ ପାଇଥିଲେ ମଧ୍ୟ ମାତ୍ର ୧୧ ମାର୍କ ପାଇଁ ମୌଖିକ ସାକ୍ଷାତ୍‌କାର ବା ବ୍ୟକ୍ତିତ୍ବ ପରୀକ୍ଷାରେ ଫେଲ୍ ହୋଇଗଲେ।

ତେବେ ଏଥିରେ ହତୋତ୍ସାହ ନ ହେବା ପାଇଁ ତାଙ୍କୁ ଟ୍ବିଟର ବ୍ୟବହାରକାରୀ ବନ୍ଧୁମାନେ ପରାମର୍ଶ ଦେଇଛନ୍ତି। ସେ ଜଣେ ସିଭିଲ ଇଂଜିନିୟର, ୟୁପିଏସ୍‌ସି ପ୍ରତି ଏତେ ଅଭିଭୂତ ହେବା କି ଦରକାର ବୋଲି ଜଣେ ପ୍ରଶ୍ନ କରିଛନ୍ତି। ‘ତୁମେ ଇଣ୍ଟରଭ୍ୟୁ ଷ୍ଟେଜ୍‌ରେ ପହଞ୍ଚିଛ, ତେଣୁ ଯେଉଁ ବୃତ୍ତି ଗ୍ରହଣ କଲେ ବି ସଫଳ ହୋଇପାରିବ’ ବୋଲି ଜଣେ ଆଇଆର୍‌ଏସ୍‌ ଅଧିକାରୀ ଟ୍ବିଟ୍ କରିଛନ୍ତି। ମୁସାବ କାଜି ନାମକ ଆଉ ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି- ୟୁପିଏସ୍‌ସି ପରୀକ୍ଷା ପଦ୍ଧତିରେ କିଛି ତ୍ରୁଟି ଅଛି। ଲକ୍ଷ ଲକ୍ଷ ଆଶାୟୀ ଏହା ପଛରେ ପଡ଼ି ଜୀବନର ବହୁ ମୂଲ୍ୟବାନ୍ ସମୟ ବରବାଦ କରୁଛନ୍ତି। ଗଦାଗଦା ତଥ୍ୟ ମୁଖସ୍ଥ କରି ଲାଭ କ’ଣ, ଯାହା ଜୀବନରେ ପ୍ରାୟ କିଛି କାମରେ ଆସେ ନାହିଁ ଏବଂ ପରୀକ୍ଷା ସରିବା ପରେ ଛାତ୍ରମାନେ ସେଗୁଡ଼ିକୁ ପ୍ରାୟତଃ ଭୁଲିଯାଆନ୍ତି। ତେଣୁ ଚୟନ ପଦ୍ଧତିରେ ସଂସ୍କାର ଅଣାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe