ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରର ପ୍ରଶାସନିକ ସେବା ଅଧିକାରୀ ନିଯକ୍ତି ଉଦ୍ଦେଶ୍ୟରେ ୨୦୧୮ ପାଇଁ ୟୁପିଏସ୍ସି ପକ୍ଷରୁ କରାଯାଇଥିବା ଲିଖିତ ପରୀକ୍ଷା (ମେନ୍)ର ଫଳ ଆଜି ପ୍ରକାଶ ପାଇଛି। ଏହି ଲିଖିତ ପରୀକ୍ଷା ଗତ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଲିଖିତ ପରୀକ୍ଷା ଫଳ ପରୀକ୍ଷାର୍ଥୀମାନେ ୟୁପିଏସ୍ସିର ଅଫିସିଆଲ୍ େଓ୍ଵବସାଇଟ୍ରୁ ପାଇ ପାରିବେ ବୋଲି ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ କୁହାଯାଇଛି।
ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ ଏବଂ ଯେଉଁମାନେ ସାକ୍ଷାତକାରରେ ସଫଳତା ପାଇବେ ସେମାନଙ୍କୁ ଆଇଏଏସ୍, ଆଇଏଫ୍ଏସ୍ ଓ ଆଇପିଏସ୍ ପରି ପଦବୀରେ ନିଯୁକ୍ତି ମିଳିବ। ବର୍ତ୍ତମାନ ଖାଲି ପଡ଼ିଥିବା ୭୮୨ଟି ପଦବୀ ନିମନ୍ତେ ଏହି ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ପ୍ରାର୍ଥୀ ଚୟନ କରାଯିବ। ମେନ୍ ପରୀକ୍ଷାରେ ୧୯୯୪ ଜଣ ପ୍ରାର୍ଥୀ ସଫଳତା ପାଇଛନ୍ତି। ଏମାନଙ୍କର ସାକ୍ଷାତକାର ପରୀକ୍ଷା ନୂଆଦିଲ୍ଲୀର ୟୁପିଏସ୍ସି କାର୍ଯ୍ୟାଳୟରେ ୨୦୧୯ ଫେବ୍ରୁଆରି ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ଜାଣିବାକୁ ମିଳିଛି।
Follow Us