ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିସନ୍ (ୟୁପିଏସସି) ସିଭିଲ୍ ସର୍ଭିସେସ୍ ପରୀକ୍ଷା (ସିଏସଇ)ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ କମିସନର ଅଫିସିଆଲ୍ ୱେବସାଇଟ୍ https://upsc.gov.inରୁ ସେମାନଙ୍କର ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ ପାଇଁ ସାକ୍ଷାତକାର ୨୦୨୬ ଫେବୃଆରି ୨୭ ତାରିଖରେ ସମାପ୍ତ ହୋଇଥିଲା। ଏହାର ଫଳାଫଳ ପିଡିଏଫ ଫର୍ମରେ ପ୍ରକାଶିତ ହୋଇଛି।
ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ (ୟୁପିଏସ୍ସି) ଆଜି ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ର ଚୂଡ଼ାନ୍ତ ଫଳାଫଳ ଲିଖିତ ଓ ବ୍ୟକ୍ତିତ୍ୱ ପରୀକ୍ଷା (ସାକ୍ଷାତ୍କାର)ରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ଚୂଡ଼ାନ୍ତ ଫଳ ପ୍ରସ୍ତୁତ କରାଯାଇଛି। ଏଥିରେ ରାଜସ୍ଥାନର ଡାକ୍ତର ଅନୁଜ ଅଗ୍ନିହୋତ୍ରୀ ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାମିଲନାଡ଼ୁର ରାଜେଶ୍ୱରୀ ସୁବେ ଏମ୍ ଏକମାତ୍ର ମହିଳା ଟପର ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ସୁବେ ତାମିଲନାଡ଼ୁ ରାଜ୍ୟ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାମିଲନାଡ଼ୁ ସରକାରରେ ଡେପୁଟି କଲେକ୍ଟର (ଉପଜିଲ୍ଲାପାଳ) ହୋଇଥିଲେ।
ନିଯୁକ୍ତି ପାଇଁ ୯୫୮ ଜଣ ପ୍ରାର୍ଥୀଙ୍କ ଭିତରୁ ସାଧାରଣ ବର୍ଗର ୩୧୫ ଜଣ. ଇଡବ୍ଲୁଏସ୍ ବର୍ଗର ୧୦୪ ଜଣ, ଓବିସି ୩୦୬, ଏସ୍ସି ୧୫୮ ଓ ଏସ୍ଟି ବର୍ଗର ୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରାର୍ଥୀମାନେ ଅଫିସିଆଲ୍ ୟୁପିଏସସି ୱେବ୍ସାଇଟ୍ରେ ଚୂଡ଼ାନ୍ତ ଫଳାଫଳ ଯାଞ୍ଚ କରିପାରିବେ। ଆୟୋଗ ବିଭିନ୍ନ ସେବା ପାଇଁ ମନୋନୀତ ପ୍ରାର୍ଥୀଙ୍କ ମେରିଟ୍ ତାଲିକା ପିଡିଏଫ୍ ଫର୍ମାଟରେ ପ୍ରକାଶ କରିଛନ୍ତି।
ସିଭିଲ ସର୍ଭିସ ପରୀକ୍ଷା ବିଶ୍ୱର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷା ଦିଅନ୍ତି, କିନ୍ତୁ କେବଳ ଅଳ୍ପ କିଛି ଜଣ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ବ୍ୟକ୍ତିତ୍ୱ ପରୀକ୍ଷା ଭଳି ତିନୋଟି ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବା ପରେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥାନ୍ତି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ସେମାନଙ୍କ ମେରିଟ୍ ଓ ପସନ୍ଦ ଅନୁସାରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୁଲିସ୍ ସେବା (ଆଇପିଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍), ଭାରତୀୟ ରାଜସ୍ୱ ସେବା (ଆଇଆର୍ଏସ୍), ଭାରତୀୟ ବାଣିଜ୍ୟ ସେବା ଏବଂ ଅନ୍ୟ ଗ୍ରୁପ୍ ଏ ଓ ଗ୍ରୁପ୍ ବି କେନ୍ଦ୍ରୀୟ ସେବାରେ ନିଯୁକ୍ତି ଦିଆଯାଇଥାଏ।
ସିଭିଲ ସର୍ଭିସ ପରୀକ୍ଷା ୨୦୨୫ ଦ୍ବାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଶାସନିକ ସେବାରେ ୯୭୯ଟି ପଦବୀ ପୂରଣ କରିବାକୁ ୟୁପିଏସ୍ସି ଲକ୍ଷ୍ୟ ରଖିଛି। ଚୂଡ଼ାନ୍ତ ଫଳାଫଳ ଘୋଷିତ ହେବାର ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ମାର୍କସିଟ୍ ଆୟୋଗର ୱେବ୍ସାଇଟ୍ରେ ଅପଲୋଡ୍ କରାଯିବ ବୋଲି ୟୁପିଏସ୍ସି କହିଛି। ପ୍ରାର୍ଥୀମାନେ ମାର୍କ ଡାଉନଲୋଡ୍ କରିବା ପାଇଁ ୩୦ ଦିନ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଉପଲବ୍ଧ ରହିବ। ଚୂଡ଼ାନ୍ତ ମେରିଟ୍ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ସେମାନଙ୍କର ରୢାଙ୍କ ଓ ସେବା ପସନ୍ଦ ଆଧାରରେ ବିଭିନ୍ନ କେନ୍ଦ୍ରୀୟ ସେବାରେ ନିଯୁକ୍ତ ହେବେ।
ଅଧିକପଢ଼ନ୍ତୁ:କର୍ଣ୍ଣାଟକରେ ୧୬ ବର୍ଷ ତଳର ପିଲାଙ୍କୁ ସାମାଜିକ ଗଣମାଧ୍ୟମ ମନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/06/2645-2026-03-06-15-16-50.jpeg)