୨୦୨୦ରେ ୟୁପିଏସ୍‌ସି ପରୀକ୍ଷାର ଶେଷ ସୁଯୋଗ ସାରିଥିବା ଆଶାୟୀମାନଙ୍କୁ ଆଉ ଅଧିକ ସୁଯୋଗ ଦିଆଯିବ ନାହିଁ

Advertisment
୨୦୨୦ରେ ୟୁପିଏସ୍‌ସି ପରୀକ୍ଷାର ଶେଷ ସୁଯୋଗ ସାରିଥିବା ଆଶାୟୀମାନଙ୍କୁ ଆଉ ଅଧିକ ସୁଯୋଗ ଦିଆଯିବ ନାହିଁ

ନୂଆଦିଲ୍ଲୀ: ଏବର୍ଷ ହେବାକୁ ଥିବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା (ପ୍ରିଲିମିନାରି) ଦେବାକୁ ଅତିରିକ୍ତ ସୁଯୋଗ ପାଇଁ ଆବେଦନ କରିଥିବା ଆଶାୟୀମାନଙ୍କର କେତେକ ପିଟିସନ୍‌କୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି।

ଆବେଦନକାରୀମାନଙ୍କ ମଧ୍ୟରୁ କୋଭିଡ୍‌-୧୯ ସମୟରେ ‘ଫ୍ରଣ୍ଟ୍‌ଲାଇନ୍‌ ଓ୍ଵାର୍କର୍‌’ ଭାବେ କାର୍ଯ୍ୟ କରୁଥିବାରୁ ଗତବର୍ଷ ମହାମାରୀ ମଧ୍ୟରେ ଅନୁଷ୍ଠିତ ପରୀକ୍ଷା ଦେଇ ପାରି ନ ଥିଲେ। ଏହା ସେମାନଙ୍କ ନିମନ୍ତେ ଶେଷ ସୁଯୋଗ ଥିଲା। ତେଣୁ ଅତିରିକ୍ତ ସୁଯୋଗ ପାଇବା ଲାଗି ସେମାନେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

publive-image Image Courtesy of Zee News

ସେମାନଙ୍କ ଆବେଦନ ଖାରଜ କରାଯାଇଥିବା କଥା ବିଚାରପତି ଏଏମ୍‌ ଖାନଓ୍ଵିଲ୍‌କର୍‌, ଇନ୍ଦୁ ମାଲହୋତ୍ରା ଏବଂ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖଣ୍ଡପୀଠ ଘୋଷଣା କରିଛନ୍ତି। ଆଜି ଏହି ରାୟର ଏକ କପି ସୁପ୍ରିମ୍‌ କୋର୍ଟର େଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ।

ଫେବ୍ରୁଆରି ୯ ତାରିଖ ଦିନ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଶତାଧିକ ଆବେଦନକାରୀ, କେନ୍ଦ୍ର ସରକାର ଓ ସଂଘ ଲୋକ ସେବା ଆୟୋଗଙ୍କ ଠାରୁ ସବୁ କଥା ଶୁଣି ରାୟ ସଂରକ୍ଷିତ ରଖିଥିଲେ।

କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ, ଶେଷ ଚେଷ୍ଟା ଭାବେ ୨୦୨୦ ପ୍ରିଲିମିନାରି ପରୀକ୍ଷା ଦେବା ଲାଗି ପ୍ରାୟ ୩୪, ୦୦୦ ପ୍ରାର୍ଥୀ ଆବେଦନ କରିଥିଲେ। ଯଦି କୋହଳ କରାଯାଏ, ତେବେ ଶେଷ ଚେଷ୍ଟାରେ ବିଫଳ ହୋଇଥିବା ସମସ୍ତ ପ୍ରାର୍ଥୀ ପରୀକ୍ଷା ପୁଣି ଥରେ ଦେବାକୁ ଯୋଗ୍ୟ ବିବେଚିତ ହେବେ। ଫଳରେ ଏ ବର୍ଷ ପ୍ରିଲିମିନାରି ପରୀକ୍ଷା ଦେବାକୁ ଆଶାୟୀ ନୂଆ ପ୍ରାର୍ଥୀମାନଙ୍କ ପାଇଁ ଅଯଥା ବାଧା ସୃଷ୍ଟି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe