ନୂଆଦିଲ୍ଲୀ: କେନ୍ଦ୍ର ଲୋକସେବା ଆୟୋଗ ( ୟୁପିଏସସି) ସିଭିଲ ସର୍ଭିସ ମେନ୍ସ ପରୀକ୍ଷା ଫଳ ୨୦୨୪ ଘୋଷଣା କରିଛି । ସେପ୍ଟେମ୍ବର ୨୦ତାରିଖରୁ ୫ ଦିନ ଧରି ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ, upsc.gov.in ଏବଂ upsconline.nic.in ନିଜର ରେଜଲ୍ଟ ଦେଖିପାରିବେ । ଏହି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ଜାରି କରିଛି କମିଶନ । ସାକ୍ଷାତକାର କାର୍ଯ୍ୟସୂଚୀ ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ଠିକ୍ ସମୟରେ ଅବଗତ କରାଯିବ। ଏହି ସାକ୍ଷାତକାର ନୂଆଦିଲ୍ଲୀସ୍ଥିତ ୟୁପିଏସସି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।
ସାକ୍ଷାତକାର ପର୍ଯ୍ୟାୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ବିସ୍ତୃତ ଆବେଦନ ଫର୍ମ-୨ ପୂରଣ କରି ଦାଖଲ କରିବାକୁ ପଡ଼ିବ। ଯୋଗ୍ୟ ପ୍ରାର୍ଥୀଙ୍କୁ ଅନଲାଇନରେ ପରୀକ୍ଷା ଫର୍ମ ପୂରଣ କରି କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ୱେବସାଇଟ ଜରିଆରେ ଦାଖଲ କରିବାକୁ ପଡିବ । ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ଓ ଶେଷ ପର୍ଯ୍ୟନ୍ତ ଏହି ଫର୍ମ ଉପଲବ୍ଧ ହେବ।
Follow Us