ପରିବାର ଲୋକଙ୍କ ଅସୁସ୍ଥତା ଯୋଗୁଁ ଈଶ୍ବରଙ୍କ ଉପରେ ବିରକ୍ତ ହୋଇ ଦେବ ପ୍ରତିମା ଭାଙ୍ଗିଥିବା ଶ୍ରମଜୀବୀ ଗିରଫ

ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ନଇଡ଼ା: କିଛି ବର୍ଷ ହେବ ପରିବାର ଲୋକଙ୍କ ଅସୁସ୍ଥତା ଲାଗି ରହୁଥିବା ହେତୁ ଈଶ୍ବରଙ୍କ ଉପରେ ବିରକ୍ତ ହୋଇ ଗ୍ରେଟର୍‌ ନଇଡ଼ାର ଜଣେ ୨୭ ବର୍ଷିୟ ଶ୍ରମଜୀବୀ ମନ୍ଦିରରେ ଥିବା ଦେବ ପ୍ରତିମା ସବୁ ଭାଙ୍ଗିଥିବା ଅଭିଯୋଗରେ ଗିରଫ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି।

ଗିରଫ ଅଭିଯୁକ୍ତ ହେଉଛନ୍ତି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାବାସୀ ବିନୋଦ କୁମାର ଓରଫ ଭୂରା। ସେ ଦେବପ୍ରତିମା ଭାଙ୍ଗିବା କଥା ଦିନକ ପରେ ଜଣାପଡ଼ିଥିଲା ଏବଂ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ‘ଏଫ୍‌ଆଇଆର୍‌’କୁ ଭିତ୍ତି କରି ବେତା-୨ ଥାନା ପୁଲିସ ତାଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି।

ପୁଲିସ କହିବା ଅନୁସାରେ, ଉକ୍ତ ମନ୍ଦିରରେ ଥିବା ୩ଟି ବିଗ୍ରହ ଭଙ୍ଗାଯାଇଥିବା କଥା ସୋମବାର ସକାଳେ ଜଣାପଡ଼ିଥିଲା। ଉକ୍ତ ମନ୍ଦିରରେ କୌଣସି ପୂଜକ ନାହାନ୍ତି। ସ୍ଥାନୀୟ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ସତର୍କତାମୂଳକ ପଦକ୍ଷେପସ୍ବରୂପ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

publive-image Image Courtesy of East Coast Daily English

ଜଣେ ପୁଲିସ ମୁଖପାତ୍ର କହିଛନ୍ତି, ଘଟଣାର ତଦନ୍ତ କରାଯାଇ ମଙ୍ଗଳବାର ଦିନ ବି‌ନୋଦ କୁମାରଙ୍କୁ ଗିରଫ କରାଯାଇଛି। ସେ ଯେଉଁ ସବୁ ସରଞ୍ଜାମଦ୍ବାରା (ନିହାଣ ଓ ହାତୁଡ଼ି) ପ୍ରତିମା ସବୁ ନଷ୍ଟ କରିଥିଲେ, ସେଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇଛି।

ଜେରା ସମୟରେ ଅଭିଯୁକ୍ତ ପୁଲିସକୁ କହିଛନ୍ତି ଯେ, ତାଙ୍କ ପତ୍ନୀ ଏବଂ ୫ ବର୍ଷିୟ ପିଲାଟି ଗତ ୩/୪ ବର୍ଷ ହେବ ଅସୁସ୍ଥ ଅଛନ୍ତି। ଈଶ୍ବରଙ୍କୁ ଗୁହାରି କରି କରି ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧୁରିଲା ନାହିଁ। ନିକଟରେ ତାଙ୍କ ମାଉସୀ ମରିଯିବାରୁ ସେ ଆହୁରି ମ୍ରିୟମାଣ ହୋଇପଡ଼ିଛନ୍ତି। ଏସବୁ କାରଣରୁ ସେ ଏଭଳି ଅପରାଧ କରିଥିବା କଥା ପୁଲିସ ନିକଟରେ ସ୍ବୀକାର କରିଛନ୍ତି।

‘ଆଇପିସି’ ଧାରା ୨୯୫ ଆଧାରରେ ବିନୋଦଙ୍କ ନାମରେ ମାମଲା ରୁଜୁ କରାଯିବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିବା କଥା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe