ସିଏଜି କାର୍ଯ୍ୟାଳୟରେ ସହରୀ ଜଙ୍ଗଲ ଉଦ୍‌ଘାଟିତ

ସିଏଜି କାର୍ଯ୍ୟାଳୟରେ ସହରୀ ଜଙ୍ଗଲ ଉଦ୍‌ଘାଟିତ

Northeast Now

ନୂଆଦିଲ୍ଲୀ : ଅନେକଦିନରୁ ଦେଖାଯାଇଛି ଯେ, ଦିଲ୍ଲୀରେ ବାୟୁର ଗୁଣାତ୍ମକ ମାନ ସୂଚକାଙ୍କ ମଣିଷ ସମାଜର ଚିନ୍ତା ବଢାଇଦେଇଛି। ବିଶେଷକରି ଦିଲ୍ଲୀର ଆଇଟିଓ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଖୁବ୍‌ ଅଧିକ। ଏସବୁ ଦୃଷ୍ଟିରୁ ସାମାଜିକ ଦାୟିତ୍ବବୋଧକୁ ବିଚାରକୁ ନେଇ ବାହାଦୂର ଶାହ ଜାଫର ମାର୍ଗସ୍ଥିତ ଭାରତୀୟ ମହାଲେଖା ନିୟନ୍ତ୍ରକ (ସିଏଜି) କାର୍ଯ୍ୟାଳୟ ଉଦ୍ୟାନକୁ ‘ସହରୀ ଜଙ୍ଗଲ’ ଭାବେ ବିକଶିତ କରିବାକୁ ପଦକ୍ଷେପ ନିଆଯାଇଛି।

ସୀମିତ ସ୍ଥାନ ଦୃଷ୍ଟିରୁ ସଘନ ବନୀକରଣ ପାଇଁ ସ୍ଥାନୀୟ ଭାବେ ମିଳୁଥିବା କଞ୍ଚାମାଲର ଉପଯୋଗ କରାଯାଇଛି। ସେହି ଅଞ୍ଚଳରେ ବଢୁଥିବା ଗଛଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ତିନିଥାକିଆ ବିଶିଷ୍ଟ କରାଯାଇ ଏପରି ସ୍ଥାନିତ କରାଯାଇଛି, ଯାହାକି ପ୍ରାକୃତିକ ବିପର୍ଯ୍ୟୟ କାଳରେ ମଧ୍ୟ ପରିବେଶର ସୁରକ୍ଷା କରିପାରିବ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସହରୀ ଜଙ୍ଗଲକୁ ଉଦଘାଟନ କରି ୫୯ଟି ଭାରତୀୟ ପ୍ରଜାତିର ୧୨ ହଜାର ଚାରା ଦ୍ବାରା ଏହି ଘଞ୍ଚ ଜଙ୍ଗଲର ସୃଷ୍ଟି ପାଇଁ ସନ୍ତୋଷ ପ୍ରକାଶ କରିଥିଲେ । ସହରୀ ଜଙ୍ଗଲର ଗୁରୁତ୍ବ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଏଗୁଡିକ ସହରର ହୃତ୍‌ପିଣ୍ଡ ତଥା ଅମ୍ଳଜାନ ଭଣ୍ଡାର ଭାବେ କାର୍ଯ୍ୟ କରିବା ସହ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe